ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାପାଳ ଅମ୍ରିତ ଋତୁରାଜ ଆଜି ଗରଦପୁର ବ୍ଲକ୍ ଗସ୍ତ ରେ ଆସିଥିଲେ । ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟକାରୀ ହେଉଥିବା ୫ ଟି ବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ଜିଲାପାଳ ଶ୍ରୀ ଋତୁରାଜ , ପ୍ରକଳ୍ପ ନିର୍ଦ୍ଧେଶକ ରାଜେନ୍ଦ୍ର ପଣ୍ଡା ଓ ଗରଦପୁର ବିଡ଼ିଓ ରଂଜିତ କୁମାର ମଲିକ ଏହି ଗସ୍ତରେ ଯାଇ ବ୍ଲକ୍ ର ମଧୁ ଶାସନ ବିଦ୍ୟାଳୟ, ନଡ଼ିଆ ବରେଇ ବିଦ୍ୟାଳୟ ଓ ନଇନ୍ଦିପୁର ବିଦ୍ୟାଳୟର ଭିତିଭୂମି ଉନ୍ନତି କରଣ ସମ୍ପର୍କରେ ପ୍ରତ୍ୟକ୍ଷ ଭାବରେ ବୁଲି ଦେଖିଥିଲେ । ବିଦ୍ୟାଳୟର ନୂତନ ଭାବରେ ଗଠିତ ସ୍ମାଟ କ୍ଲାସ ରୁମ୍ , ଇ- ଲାଇବ୍ରେରୀ, ସ୍ୱଛତା, ବିଦ୍ୟାଳୟର ରଙ୍ଗ, ଖେଳ ପଡ଼ିଆ, ପାଇଖାନା, କାର୍ଯ୍ୟାଳୟ ବୁଲି ତଦାରଖ କରିଥିଲେ । ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକ , କର୍ମଚାରୀ , କାର୍ଯ୍ୟର କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି ଜିଲାପାଳଙ୍କୁ ୫ ଟି ସ୍କିମ୍ ରେ ବିଦ୍ୟାଳୟରେ ହେଉଥିବା ଉନ୍ନତିକରଣ ସମ୍ପର୍କରେ ଅବଗତ କରାଇଥିଲେ । ଉଲେଖନୀୟ ଏହିକି କରୋନା ପ୍ରଭାବ କମିଥିବାରୁ ପିଲା ଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତ ଛାତ୍ରାଭିଭାବକ ମାନଙ୍କୁ ନିବେଦନ କରିଥିଲେ । ନବୀନ ରକାର ୫ଟି ସ୍କିମ୍ ରେ ବିଦ୍ୟାଳୟ ମାନଙ୍କର ଭିତିଭୂମି ଉନ୍ନତିକରଣ କରି ଘରୋଇ ବିଦ୍ୟାଳୟ ପରିବର୍ତେ ପିଲାମାନେ କିପରି ସରକାରୀ ବିଦ୍ୟାଳୟକୁ ଆସିବା ପାଇଁ ଆକର୍ଷିତ ହେବେ ସେହିପଦକ୍ଷେପମାନ ଗ୍ରହଣ କରୁଛନ୍ତି । ଏପରିକି ନିକଟରେ ୧୧ ହଜାର ରୁ ଉଦ୍ଧ୍ୱର୍ ଶିକ୍ଷକ ମାନଙ୍କୁ ମଧ୍ୟ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର