Tuesday , August 9 2022
Breaking News
Home / ନିର୍ବାଚନ / ରେଢ଼ୁଆରେ ସରପଂଚ ପ୍ରାର୍ଥି ସୁନୀଲ ଜେନା ଙ୍କ ପ୍ରଚାର ଅଭିଯାନ 

ରେଢ଼ୁଆରେ ସରପଂଚ ପ୍ରାର୍ଥି ସୁନୀଲ ଜେନା ଙ୍କ ପ୍ରଚାର ଅଭିଯାନ 

ରଘୁନାଥପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ରେଢ଼ୁଆ ପଂଚାୟତରେ ସରପଂଚ ପ୍ରାର୍ଥି ସୁନୀଲ କୁମାର ଜେନା ନିଜର ପ୍ରଚାର ଅଭିଯାନ ଚଳାଇଛନ୍ତି । ଏହି ଅଭିଯାନରେ ସେ ପଂଚାୟତର ଘରକୁ ଘର ବୁଲି ନିଜର ବରଗଛ ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟି ଭୋଟର ଭାଇ ଭଉଣୀ ମାନଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ପୂର୍ବରୁ ଏହି ପଂଚାତରେ ସରପଂଚ ହୋଇ ସାରିଥିବା ଶ୍ରୀ ଜେନା ପୁଣି ଥରେ ସରପଂଚ ହୋଇ ନିଜର ଅଧୁରା ସ୍ୱପ୍ନ ପୁରା କରିବା ପାଇଁ ଆଶା ରଖିଛନ୍ତି । ପଂଚାୟତ ବାସୀଙ୍କୁ ନିସ୍ୱାର୍ଥପର ସେବା ଯୋଗାଇ ଦେବେ ବୋଲି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ କି ୧୯ ୱାର୍ଡ଼ ବିଶିଷ୍ଟ ଗହ୍ମାପୁର, ରେଢ଼ୁଆ, ଅଣ୍ଢାଳ, ବାରତିରା, ନୂଆଗଡ଼, ଅରେଇକଣା, ଇଛାପୁର ଗ୍ରାମକୁ ନେଇ ଗଠିତ ଏହି ପଂଚାୟତରେ ୫ ହଜାର ଭୋଟର ସେମାନଙ୍କ ପ୍ରତିନିଧି ଚୟନ କରିବାକୁ ଥିବାବେଳେ ଶ୍ରୀ ଜେନା ଙ୍କ ବ୍ୟତିତ କିଶୋର ଚନ୍ଦ୍ର ବେହେରା, ନୃସିଂହ ଜେନା, ପ୍ରଭାତ ସଢ଼ଙ୍ଗି, ଦୀପ୍ତିରଂଜନ ନାୟକ, ବ୍ରଜ କିଶୋର ଦିକ୍ଷୀତ, ଆକାଶ ସ୍ୱାଇଁ ସରପଂଚ ପ୍ରାର୍ଥି ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଆଜିର ପ୍ରଚାର ଅଭିଯାନରେ ଧନଂଜୟ ଦ୍ୱିବେଦୀ, ଯୋଗେନ୍ଦ୍ର ବାରିକ, ଅଭିଜିତ ନାୟକ, ସାରଦା ଚରଣ ବେହେରା, କଳ୍ପତରୁ ରାଉତ, ଗୋପାଳ ଓଝା, ରଂଜନ ନାୟକ, ମଣି ସେଠୀ, ହରେକୃଷ୍ଣ ମୁଦୁଲୀ ପ୍ରମୁଖ ସାମିଲ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.