Tuesday , August 16 2022
Breaking News
Home / ନିର୍ବାଚନ / ଭୋଟରଙ୍କ ମନ ଜିଣୁଛନ୍ତି ସୌଭାଗ୍ୟବତୀ 

ଭୋଟରଙ୍କ ମନ ଜିଣୁଛନ୍ତି ସୌଭାଗ୍ୟବତୀ 

ଗରଦପୁର, ୦୮/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରଣାଙ୍ଗନରେ ପ୍ରଚାର ଦିନକୁ ଦିନ ସରଗରମ ହେବାରେ ଲାଗିଛି । ଗରଦପୁର ବ୍ଲକ୍ ର ୧୬ ଟି ୱାର୍ଡ଼ କୁ ନେଇ ଗଠିତ  ପାଖଡ଼ ଗ୍ରାମ ପଂଚାୟତ ର ୬ ହଜାର ରୁ ଅଧିକ ଭୋଟର ରହିଥିବାବେଳେ ନିର୍ବାଚନ ମଇଦାନରେ ସରପଂଚ ପ୍ରାର୍ଥି ଭାବରେ ସୌଭାଗ୍ୟବତୀ ପରିଡ଼ା (ପିଙ୍କି) ଅବତୀର୍ଣ୍ଣ ହୋଇଛନ୍ତି । ଏହି ପଂଚାୟତରେ ସରପଂଚ ପଦବୀ ପାଇଁ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ବିଜେଡ଼ି ସମଥିତ ପ୍ରାର୍ଥି ଭାବରେ ସୌଭାଗ୍ୟବତୀ ପରିଡ଼ା (ପିଙ୍କି) ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ପ୍ରଚାର ଯୋରଦାର କରିଛନ୍ତି । ପାଖଡ଼ ପଂଚାୟତରେ ଥିବା ଚାଉଳିଆ, ବାମରା, ତିଗିରିଆ, ପାଖଡ଼, ସରଠୋଲା, ଶିତଳପାଟଣା, ନୂଆପଡ଼ା, ପାଟସୁରା ଆଦି ଗ୍ରାମର ସାହିକୁ ସାହି ଓ ଘରକୁ ଘର ବୁଲି ନିଜର ନିର୍ବାଚନ ସଂକେତ କୁ ଚିହ୍ନାଇ ଭୋଟର ଭାଇ ଭଉଣୀ ମାନଙ୍କ ମନ ଜିଣୁଛନ୍ତି । ସୌଭାଗ୍ୟବତୀ ପରିଡ଼ା (ପିଙ୍କି) ଙ୍କ ସ୍ୱାମୀ ଇଲାବନ୍ତ ମେକାପ ବିଜେଡ଼ି ର ଜଣେ ଯୁବ ପ୍ରତିଭା ଭାବରେ ବେଶ୍ ଜଣାଶୁଣା । ବିଜୁ ଛାତ୍ର ଜନତାର ସେ ରାଜ୍ୟ ସମ୍ପାଦକ ଅଛନ୍ତି । ଭୁବନେଶ୍ୱର ରେ ବିଭିନ୍ନ ଦଳିୟ ବିଧାୟକ ଓ ପଦାଧିକାରୀଙ୍କ ସହିତ ତାଙ୍କର ବେଶ୍ ସମ୍ପର୍କ ରହିଛି । ନିର୍ବାଚନରେ ତାଙ୍କର  ବିଜୟହେଲେ ପଂଚାୟତର ମୌଳିକ ସମସ୍ୟାର ସମାଧାନ ଓ ପଂଚାୟତ ର ବିକାଶ କରିବାରେ ତାହା ସହଜ ହେବ ବୋଲି ସୌଭାଗ୍ୟବତୀ ଭୋଟରଙ୍କୁ କହି ନିଜ ସପକ୍ଷରେ ଆପଣାଉଛନ୍ତି । ପାଖଡ଼ ପଂଚାୟତର ବୁଦ୍ଧିଜିବୀ , ପୁରୁଷ ମହିଳା ଓ ଯୁବ ବର୍ଗ ଙ୍କ ପାଖରେ ନିଜର ପ୍ରଚାର ପ୍ରସାର ଜାରି ରଖି ନିର୍ବାଚନ ବୈତରଣୀ ରେ ବିଜୟୀ ହେବା ଆଶା ରଖିଛନ୍ତି ସୌଭାଗ୍ୟବତୀ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.