Tuesday , August 9 2022
Breaking News
Home / ନିର୍ବାଚନ / ନିର୍ବାଚନ ନିୟମ କୁ ଉଲଂଘନ କରୁଛି ପ୍ରଶାସନ : କାର୍ୟ୍ୟାନୁଷ୍ଠାନ ଦାବି କଲା ବିଜେପି

ନିର୍ବାଚନ ନିୟମ କୁ ଉଲଂଘନ କରୁଛି ପ୍ରଶାସନ : କାର୍ୟ୍ୟାନୁଷ୍ଠାନ ଦାବି କଲା ବିଜେପି

ସାଲେପୁର,୦୮/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ସାଲେପୁର ର ପ୍ରଶାସନ ଏବେ  ଶାସକ ଦଳ ଇଙ୍ଗିତ  ରେ ଏକପ୍ରକାର ପରିଚାଳିତ ହେଉଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି  । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମିର୍ଜାପୁର ଛୋଟିପଡା ଗ୍ରାମରେ। ନିର୍ବାଚନ ନିୟମ କୁ ଉଲଂଘନ କରି ସରକାରୀ ଜମିରେ ଲଗାଯାଇଥିବା ବ୍ୟାନର କୁ ହଟାଇବା ବଦଳରେ ଘରୋଇ ଜମିରେ   ଲଗାଯାଇଥିବା ବ୍ୟାନର କୁ ସାଲେପୁର ତହସିଲ ପ୍ରଶାସନ ପକ୍ଷରୁ ହଟାଇ ଖସି ପଳାଉଥିବା ସମୟରେ   ବିଜେପି କର୍ମୀଙ୍କ ସାମ୍ନା ରେ  ହଟହଟା   ହେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଯଦି ପ୍ରଶାସନ ଶାସକ ଦଳ ରିମୋଟ୍ ରେ ନାଚୁନାହାନ୍ତି,  ତେବେ ନୀରବ  କଣ ପାଇଁ ରହୁଛନ୍ତି ବୋଲି କହିଛନ୍ତି ବିରୋଧୀ  । ସାଲେପୁର ତହସିଲ ପ୍ରଶାସନ ର ଏଭଳି କାର୍ୟ୍ୟକୁ ମିର୍ଜାପୁର ପଞ୍ଚାୟତ ବିଜେପି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇ କାର୍ୟ୍ୟାନୁଷ୍ଠାନ ଦାବି କରିଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.