ଗରଦପୁର,୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ନିକଟସ୍ଥ ମଧୁବାବୁ ପାଠାଗାରରେ ଆଜି ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ସଭାପତି ସାମ୍ବାଦିକ ନବଘନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଂଜଳି ସଭାରେ ଲ୍ୟାଣ୍ଡମାଇନ ବିଷ୍େଫାରଣରେ ଜୀବନ ହରାଇଥିବା କଳାହାଣ୍ଡି ଜିଲାର ସାମ୍ବାଦିକ ରୋହିତ ବିଶ୍ୱାଳ ଓ ଭାରତର ମହିମା ମଣ୍ଡିତ ର୍ୱର ସାମ୍ରାଜ୍ଞୀ ଲତା ମଂଗେସ୍କର ଙ୍କୁ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରାଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ପ୍ରାଧ୍ୟାପକ ନୀରୋଦ କୁମାର ଦାସ, ସ୍ତମ୍ଭକାର ହିରଣ୍ୟ ମହାନ୍ତି, ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି, ଅଧ୍ୟାପିକା ଡ଼ ବିଚିତ୍ରା ମଂଜାରୀ ତ୍ରିପାଠୀ, ଗୀତିକବି କୁଂଜ ବିହାରୀ ପାଣି, ଲେଖକ ନରୋତମ ପରିଡ଼ା, ଶିକ୍ଷକ ନେତା ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶିକ୍ଷକ ଗୌରାଙ୍ଗ କୁମାର ରଥ, ଯୋଗ ଗୁରୁ ଦେବ କୁମାର ପାଣି, ପ୍ରକୃତି ବନ୍ଧୁ ଉଦୟନାଥ ଚୌଧୁରୀ, ସମାଜ ସେବୀ ଅରୁଣ କୁମାର ପଣ୍ଡା, ପଣ୍ଡିତ ସାରଦା ପ୍ରସାଦ ସତପଥି, ସଂଗୀତ ବିଷାରଦ ଶଶିଭୁଷଣ ମହାନ୍ତି , ବିପ୍ଲବୀ କବି ସୀତାକାନ୍ତ ନାୟକ, ଶିଶିର କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ହୋଇ ସ୍ୱର୍ଗତ ଆତ୍ମାଙ୍କ ଉଦେଶ୍ୟରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଆତ୍ମାର ସଦଗତି କାମନା କରିବା ସହିତ ୨ ମିନିଟ ନୀରବ ପ୍ରାର୍ଥିନା କରିଥିଲେ । ଏହି ଅବସରରେ ରାଜ୍ୟ ଜଣେ ନୀର୍ଭୀକ ସାମ୍ବାଦିକଙ୍କୁ ହରାଇଥିବାବେଳେ ଭାରତ ବର୍ଷ ଜଣେ ସୁନାମ ଧନ୍ୟା ସଂସ୍କୃତି ସମ୍ପନ୍ନ ସାମୂହିକ ଭାରତୀୟ ଚେତନାର ମୁକୁଟ ମଣ୍ଡିତ ସଂଗୀତଜ୍ଞ ଲତା ମଂଗେସକରଙ୍କୁ ହରାଇଲା ବୋଲି ମତ ପ୍ରକାଶ ପାଇଥିଲା । ଓଡ଼ିଶା ସମାଚାର
