Saturday , August 13 2022
Breaking News
Home / ବିଶେଷ / ସଂଗ୍ରାମପୁର ରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଉଦଯାପିତ

ସଂଗ୍ରାମପୁର ରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ଉଦଯାପିତ

ନିଶ୍ଚିନ୍ତକୋଇଲି, ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ସମ୍ପ୍ରତି କଟକ ଜିଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଉତରକୂଳ ପଂଚାୟତର ସଂଗ୍ରାମପୁର ଠାରେ ପୁଣ୍ୟତୋୟା ଚିତ୍ରୋପôଳା ନଦୀ ର ଦକ୍ଷିଣ ପାଶ୍ୱର୍ ନଦୀ ତଟରେ ଅବସ୍ଥିତ ଶ୍ରୀ ଶ୍ର ଅନନ୍ତ ମହାପୁରୁଷ ପୀଠରେ ନବ ନିର୍ମିତ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା, ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ସୋମବାର ସନ୍ଧ୍ୟାରେ ପୂର୍ଣ୍ଣାହୂତି ପରେ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ଗତ ୪ ତାରିଖ ରେ ଅଙ୍କୁରା ରୋପଣ, ୫ ତାରିଖ ଅଧିବାସ, କଳସ ଯାତ୍ରା ,ସୂର୍ଯ୍ୟ ପୂଜା, ଗୋ ପୂଜା,ଶାଳ ପୂଜା,ପଂଚ କର୍ମ, ଅଗ୍ନୀ ସ୍ଥାପନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୬ ତାରିଖ ରେ ସୂର୍ଯ୍ୟ ପୂଜା, ଗୋ ପୂଜା,ଶାଳ ପୂଜା,ଦେବତା ସ୍ନାନ,ନଗର ପରିକ୍ରମା ଆଦି ଅନୁଷ୍ଠିତ ହୋଇଥିଲା । ୭ ତାରିଖରେ ସୂର୍ଯ୍ୟ ପୂଜା, ଗୋ ପୂଜା,ଶାଳ ପୂଜା,ମନ୍ଦିର ପ୍ରତିଷ୍ଠା, ବିଗ୍ରହ ପ୍ରତିଷ୍ଠା ଆଦି କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା । ରମେଶ ଚନ୍ଦ୍ର ବେହେରା ସସ୍ତ୍ରୀକ ଏହି କାର୍ଯ୍ୟକ୍ରମରେ କର୍ତା କାର୍ଯ୍ୟ ସମ୍ପାଦନ କରିଥିଲେ । ଗ୍ରାମବାସୀମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିବାବେଳେ ଆଖ ପାଖ ଗ୍ରାମର ଶ୍ରଦ୍ଧାଳୁ ମାନେ ଯୋଗ ଦେଇଥିଲେ । ସୋମବାର ସନ୍ଧ୍ୟାରେ ପୂର୍ଣ୍ଣହୂତି ପରେ ଉତ୍ସବ ଉଦଯାପିତ ହୋଇ ଯାଇଛି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.