ରଘୁନାଥପୁର ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ଶାରଳା ଦାସଙ୍କର ମହା କାବ୍ୟ ମହାଭାରତ ସମଗ୍ର ବିଶ୍ୱ ସାହିତ୍ୟରେ ଅନନ୍ୟ ବୋଲି ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଶିରିଡି ସାଇ ସଭାଗୃହରେ ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଏବଂ ଶିରିଡି ସାଇ ସେବା ଅନୁଷ୍ଠାନ ଆନୁକୂଲ୍ୟରେ ଆଦିକବି ଶାରଳା ଦାସଙ୍କର ଶ୍ରାଦ୍ଧ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷକ ସଂଗଠନ ସଂପାଦକ ଇଂ. ବାବାଜୀ ଜେନା ଯୋଗଦେଇ ଏହା କହିଥିଲେ । ଏହି ଉତ୍ସବରେ ମୁଖ୍ୟ ବକ୍ତାଭାବେ ଏସ.ଏ.ଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ଆଦି କବି ଶାରଳା ଦାସ ଓଡିଆ ଭାଷା ସାହିତ୍ୟର ଆଦ୍ୟ ପ୍ରତିଷ୍ଠାତା ଥିଲେ ବୋଲି କହିଥିଲେ । ଏଥିରେ ଆଗାମୀ ଓଡିଶା ପୂର୍ବତନ ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ଶାରଳା ଦାସଙ୍କର ମହାଭାରତ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ସନିବେଷ୍ଟିତ ବୋଲି କହିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କୃଷକ ସଂଗଠନ ଉପସଭାପତି ଦିଲ୍ଲୀପ କୁମାର ରଥ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଶିକ୍ଷାବିତ୍ ସଦାଶିବ ବିଶ୍ୱାଳ, ଯୋଗଦେଇ ଓଡିଆ ଜାତି ସର୍ବଦା ଶାରଳା ଦାସଙ୍କର ମହାଭାରତ ଅଧ୍ୟୟନ କରିବା ଉଚିତ୍ ବୋଲି କହିଥିଲେ । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ ଯୋଗଦେଇ ଜଣେ ସ୍ୱଳ୍ପ ଲିଖିତ ଦରିଦ୍ର ପରିବାରରେ ଜନ୍ମିତ ଶାରଳା ଦାସ ମା ବାଗ୍ଦେବୀ ଶାରଳାଙ୍କ ଆଶୀର୍ବଦରୁ ଜଣେ ବିଶ୍ୱସ୍ତରୀୟ କବି ଓ ସାହିତ୍ୟିକ ଭାବେ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଯଦୁନାଥ ଜେନା, ଯୋଗଦେଇ ଶାରଳା ଦାସ ଙ୍କ ମହାଭାରତ ସମଗ୍ର ଭାରତ ବର୍ଷରେ ଏକ ଶ୍ରେଷ୍ଠ ଉଚ୍ଚ କୋଟିର ସଦ୍ ଗ୍ରନ୍ଥ ଅଟେ ବୋଲି କହିଥିଲେ । ଏହି ଉସôବରେ ଶିକ୍ଷାବିତ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରି ଓଡିଆ ଭାଷାକୁ ଆଧୁନିକ ଓ ସମୃଦ୍ଧି କରଣ ପାଇଁ ଆଦିକବି ଶାରଳା ଦାସଙ୍କର ଅବଦାନ ଅତୁଳନୀୟ ବୋଲି କହିଥିଲେ । । ଏଥିରେ ଅନୁଷ୍ଠାନ ସଭାପତି ପ୍ୟାରୀମୋହନ ପଟ୍ଟନାୟକ, ସମାଜସେବୀ ବିଜୟ ପାଲଟା ସିଂହ, ମାନସରତ୍ନ ଶରତ କୁମାର ରାଉତରାୟ, ପାର୍ଥଶଖା ପାଲଟାସିଂହ ପ୍ରମୁଖ ଯୋଗ ଦେଇ ଆଦିକବି ଶାରଳା ଦାସଙ୍କର ଉପରେ ଆଲୋଚନା କରିଥିଲେ । ଶେଷରେ ସମ୍ବାଦିକ ତପନ କୁମାର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର
