ରଘୁନାଥପୁର, ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ମା’ଙ୍କ ପ୍ରତି ଭକ୍ତି ଯାହାର ଯେତେ ଅଧିକ ସେ ସନ୍ତାନ ସମାଜରେ ସେତେ ବଡ ବା ଉଚ୍ଚ ସ୍ଥରକୁ ଯାଇପାରିବ ଏବଂ ମାଙ୍କ ଆଶୀର୍ବାଦ ବିନା କୌଣସି ସନ୍ତାନ ସୁଖ ଶାନ୍ତି ଆନନ୍ଦରେ ରହିପାରିବେ ନାହିଁ ବୋଲି ରଘୁନାଥପୁର ବ୍ଲକ ରେଢ଼ୁଆ ପଂଚାୟତ ଅନ୍ତର୍ଗତ ମୁଣ୍ଡାଳୋ ଗ୍ରାମରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ରଙ୍କର ମା ରଙ୍ଗଲତା ମିଶ୍ରଙ୍କର ଦ୍ୱାଦଶାହ ଦିବସରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ ।ଶ୍ରୀ ଯୁକ୍ତ ପଟ୍ଟନାୟକ ଆହୁରି କହିଲେ ଯେ, ପ୍ରତ୍ୟେକ ପୁଅ ଝିଅମାନେ ପିତା ମାତାଙ୍କ ପ୍ରତି ସେବା, ଯତ୍ନ ଦେଇ ସେମାନଙ୍କ ମୁଖରେ ହସ ଫୁଟାଇବା ଆବଶ୍ୟକ ବୋଲି କହିଥିଲେ । ଏହି ଶୋକସଭାରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ଜୟ ପ୍ରକାଶ ଶିକ୍ଷାନିକତନର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ମିଶ୍ର, ଜିଲ୍ଲାପରିଷଦ ସଦସ୍ୟା ଡେଜାଲିନ ମହାପାତ୍ର, ଓଡ଼ିଶା ମୋ ପରିବାରର ସଦସ୍ୟ ଡଃ ସୁରେନ୍ଦ୍ର ମହାପାତ୍ର, ଦିପ୍ତୀରଞ୍ଜନ ମିଶ୍ର, ସାମ୍ବାଦିକ ସୋମନାଥ ପରିଡା, ସାମ୍ବାଦିକ ତପନ କୁମାର ସ୍ୱାଇଁ, ଅଧ୍ୟାପକ ଭଗବାନ ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରି ତିଳୋତମା ଆଚାର୍ଯ୍ୟ, ଶିକ୍ଷକ ପବିତ୍ର କୁମାର ସ୍ୱାଇଁ, ଶିକ୍ଷକ ସୁଧିôର କୁମାର ନାୟକ, ଶିକ୍ଷକ ଶୁରେନ୍ଦ୍ର ନାଥ ଦ୍ୱିବେଦୀ, ଶିକ୍ଷକ ଧରଣୀଧର ଜେନା, ବିଷ୍ଣୁଚନ୍ଦ୍ର କର, ଶିକ୍ଷୟିତ୍ରୀ ବନ୍ଦନା ନାୟକ, ସମାଜସେବୀ ବିଶ୍ୱନାଥ ଦାଶ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ର ଜଣେ ଆଦର୍ଶ, ଧର୍ମପରାୟାଣା, କର୍ତବ୍ୟପରାୟଣା, ମିଷ୍ଠ ଭାଷୀ ଓ ପରୋପକାରୀ ମହିଳା ଥିଲେ ବୋଲି କହିଥିଲେ । ଓଡ଼ିଶା ସମାଚାର