Tuesday , August 9 2022
Breaking News
Home / ଶିକ୍ଷା / ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୨ ତମ ଜୟନ୍ତୀ 

ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୨ ତମ ଜୟନ୍ତୀ 

ଗରଦପୁର,୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ସ୍ଥାନୀୟ ଗରଦପୁର ବ୍ଲକ୍ ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ ସମିମିଳନୀ କକ୍ଷରେ ଓଡ଼ିଶା ର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ୨୬୨ ତମ ଜୟନ୍ତୀ ଉତ୍ସବ ସହିତ ଆଦିକବି ସାରଳା ଦାସ ଓ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇ ଯାଇଛି । ମହାବିଦ୍ୟାଳୟର ଓଡ଼ିଆ ସାହତ୍ୟ ସମାଜ ଆନୁକୂଲ୍ୟରେ ଓ କବି ଅଭିମନ୍ୟୁ ଙ୍କ ବଂଶଧର ଡ଼ାକ୍ତର ମନୋଜ କୁମାର ଜେନା ଙ୍କ ପୃଷ୍ଟପୋଷକତାରେ ଆୟୋଜିତ ଉତ୍ସବରେ ଓଡ଼ିଆ ସାହିତ୍ୟ ସମାଜର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ପ୍ରଦୀପ୍ତ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଓଡ଼ିଆ ସାହିତ୍ୟ ସମାଜର ଉପସଭାପତି ତଥା ଡଓଡ଼ିଆ ଭାଷା ସାହତ୍ୟ ବିଭାଗର ମୁଖ୍ୟ ଡକ୍ଟରÿ ବିଚିତ୍ରା ମଂଜାରୀ ତ୍ରିପାଠୀ ଙ୍କ ସଂଯୋଜନାରେ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ହିରଣ୍ୟ ମହାନ୍ତି ଯୋଗଦେଇ “ସାମନ୍ତ ସିଂହାରଙ୍କ ରାଧା ତତ୍ୱ” ଉପରେ ଚିତାକର୍ଷକ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଧ୍ୟାପକ ନୀରୋଦ କୁମାର ଦାସ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି “ଅଭିମନ୍ୟୁ ଙ୍କ କାବ୍ୟ ରେ ସଂଘାତ “ ଆଲୋକପାତ କରିଥିଲେ । ସେହିପରି ସମ୍ମାନୀତ ଅତିଥି ଭାବେ କବି ଅଭିମନ୍ୟୁ ଙ୍କ ବଂଶଧର ଶିକ୍ଷାବିତ୍ ଧନେଶ୍ୱର ଜେନା କବି ବଂଶର ଗୌରବମୟ ଅତୀତ ଉପରେ ସୂଚନା ଦେଇଥିଲେ । ଉତ୍ସବ ପ୍ରାରମ୍ଭରେ ମଂଚାସୀନ ଅତିଥିମାନେ କବିଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଓଡ଼ିଆ ସମ୍ମାନ ଶ୍ରେଣୀର ଛାତ୍ର ଛାତ୍ରୀମାନେ ସମୂହ ସଂଗୀତ ଗାନ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ  ବିଭାଗର ଅନ୍ୟତମ ଅଧ୍ୟାପକ ସୁରେନ୍ଦ୍ର କୁମାର ମହାରଣା । ଅଭିମନ୍ୟୁ ଙ୍କ ଛାନ୍ଦ ଗାୟନ କରି ଆସରକୁ ସରସ ସୁନ୍ଦର କରିଥିଲେ ମଥୁରୀ ମୋହନ ନାୟକ ଓ ସତ୍ୟଜିତ ନାୟକ । ପରିଶେଷରେ ବିଭାଗର ଅନ୍ୟତମ ଅଧ୍ୟାପିକା ଏଲିନା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିବାବେଳେ ସମାଜସେବୀ ନବାବ କୁମାର ପଣ୍ଡା କାର୍ଯ୍ରକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.