Tuesday , August 9 2022
Breaking News
Home / ନିର୍ବାଚନ / ବାବୁଜଙ୍ଗରେ ଆଶିର୍ବାଦ ସାଉଂଟୁଛନ୍ତି ଇଂଜିନିୟର ପ୍ରଭଂଜନ ବେଉରା 

ବାବୁଜଙ୍ଗରେ ଆଶିର୍ବାଦ ସାଉଂଟୁଛନ୍ତି ଇଂଜିନିୟର ପ୍ରଭଂଜନ ବେଉରା 

ନିଶ୍ଚିନ୍ତକୋଇଲି ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତରେ ସାଉଂଟୁଛନ୍ତି ଉଚ୍ଚ ଶିକ୍ଷିତ ଯୁବକ ତଥା ବିଜେଡ଼ି ସମର୍ଥିତ ରାପଂଚ ପ୍ରାର୍ଥି ଇଂଜିନିୟର ପ୍ରଭଂଜନ ବେଉରା । ପ୍ରତ୍ୟେକ ଦିନ ସକାଳୁ ପଂଚାୟତର ବିଭିନ୍ନ ଦେବା ଦେବୀ ଙ୍କ ଆଶିର୍ବାଦ ନେବା ପରେ ଭୋଟର ମାନଙ୍କ ପାଖକୁ ଯାଇ ନିଜର ଖୋଲା ବହି ଚିହ୍ନ ଥିବା ପୁସିଂ କାର୍ଡ଼ ବାଂଟିବା ସହିତ ମା ମାଉଷି ଭାଇ ଭଉଣୀ ଗୁରୁଜନ ମାନଙ୍କ ଠାରୁ ନିର୍ବାଚନରେ ବିଜୟ ହାସଲ ପାଇଁ ଆଶିର୍ବାଦ କାମନା କରୁଛନ୍ତି । ଦିନକୁ ଦିନ ପଂଚାୟତରେ ନୂତନ ତଥା ଯୁବ ନେତା ବିଜେଡ଼ିର ସୁ ସଂଗଠକ ତଥା ଉଚ୍ଚ ଶିକ୍ଷିତ ଯୁବକଙ୍କ ପ୍ରତି ଭୋଟର ମାନଙ୍କ ମନ ବଦଳୁଥିବାବେଳେ ନୂତନ ଯୁବ ନେତା ଙ୍କୁ ପାଇଲେ ପଂଚାୟତର ଉନ୍ନତି ହୋଇ ପାରିବ ବୋଲି ଛକ ବଜାରରେ ଆଲୋଚନା ହେଉଛି । ସୂଚନା ଯୋଗ୍ୟ କି୧୬ ୱାର୍ଡ଼ ବିଶିଷ୍ଟ ବାବୁଜଙ୍ଗ, ଦୁଲୁପୁର, ସଫିପୁର, ବାରିମୂଳ, ମଠସାହି, ଓରିକଂଟା ଗ୍ରାମକୁ ନେଇ ଗଠିତ ଏହି ପଂଚାୟତରେ ୪୫୦୦ ଭୋଟର ଆସନ୍ତା ନିର୍ବାଚନରେ ସେମାନଙ୍କ ପ୍ରତିନିଧି ଚୟନ କରିବେ । ଶ୍ରୀଯୁକ୍ତ ବେଉରାଙ୍କ ବ୍ୟତୀତ ମିଲନ୍ ଭୂୟାଁ, ସଂଜିବ ସ୍ୱାଇଁ ସରପଂଚ ପ୍ରାର୍ଥି ହୋଇଥିବାବେଳେ ସମିତି ସଭ୍ୟ ପାଇଁ ଅଭୟ ଲେଙ୍କା, ସୁରଥ ରାଉତ, ପଠାଣି ଜ୍ୟୋର୍ମୟ ନନ୍ଦ, ରେହାନ୍ ଖାଁ ପ୍ରାର୍ଥି ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.