କଟକ ସଦର, ୦୭/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ୧୭ ଟି ୱ।ର୍ଡ ଓ ୬,୯୯୬ ଭୋଟରଙ୍କୁ ନେଇ ଗଠିତ ଅଣସଂରକ୍ଷିତ ସରପଞ୍ଚ ଆସନରେ ବର୍ତ୍ତମାନର ସରପଞ୍ଚ ରୂପସୀ ସାହୁ ପୁଣି ଥରେ ରିପିଟ ହେଵାକୁ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଵା ଵେଳେ ତାଙ୍କୁ ଟକର ଦେଵାକୁ ଓହ୍ଲାଇ ଛନ୍ତି ଯୁଵ ସମାଜସେବୀ ମୋତି ଓରଫ ଅଵଦୂଲ ୱ।ହିଦ୍ ଖାନ୍।ମୋତି ନିର୍ଵାଚନ ମଇଦାନରେ ପ୍ରଚାର ପ୍ରସାର କୁ ଯୋରଦାର କରିଥିବା ବେଳେ ସଵୁ ଵର୍ଗର ଭୋଟରଙ୍କ ଆସ୍ଥାଭାଜନ ହେଉଥିବା ଦେଖାଯାଉଛି।ମୋତିଙ୍କୁ ନିର୍ବାଚନ ବୈତରଣୀ ପାର କରିଵାକୁ ବରିଷ୍ଠ ବିଜେଡ଼ି ନେତା,ପୂର୍ଵତନ ସରପଞ୍ଚ,ଵିଜୁ ଵାଵୁଙ୍କ ଏକାନ୍ତ ଅନୁଗତ ଜାହାଙ୍ଗୀର ଅଲ୍ଲି,ପୂର୍ଵତନ ସରପଞ୍ଚ ସକିଲା ଵେଗମ୍, ପୂର୍ବତନ ସମିତି ସଭ୍ୟ ଆରିଫ ଖାନ୍, ପୂର୍ବତନ ନାଏଵ ସରପଞ୍ଚ ସୁରେନ୍ଦ୍ର ଗୋଛୟତ, ବିଶିଷ୍ଟ ଫୁଟବଲ ଖେଳାଳୀ ଅଵଦୂଲ ଟୁନ୍ ପ୍ରମୁଖ ମଙ୍ଗ ଧରିଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ଏଠାରେ ଆଉ ଜଣେ ମୋଟ ତିନି ଜଣ ସରପଞ୍ଚ ପ୍ରାର୍ଥୀ ହୋଇଥିବା ବେଳେ ୬ ଜଣ ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି। ଓଡ଼ିଶା ସମାଚାର
