ଭୁବନେଶ୍ୱର , ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- କୋହଳ ହେଲା ପ୍ରଚାର କଟକଣା । ରାଜ୍ୟ ନିର୍ବାଚନ କମିଶନର ଏନେଇ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ।ପଞ୍ଚାୟତ ନିର୍ବାଚନର ପରିଚାଳନା ଓ କୋଭିଡ଼ କଟକଣାର ଅନୁପାଳନ ନେଇ ଆଜି ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ବୈଠକ ବସିଥିଲା । ଭର୍ଚୁଆଲ୍ ମାଧ୍ୟମରେ ବସିଥିବା ଏହି ବୈଠକରେ ସମସ୍ତ ଜିଲ୍ଲାପାଳମାନ ଉପସ୍ଥିତ ରହିଥିଲେ । ଆଜିର ଏହି ସମୀକ୍ଷା ବୈଠକ କେତେକ କଟକଣାକୁ କୋହଳ କରାଯାଇଛି । ତେବେ କୋହଳ ହୋଇଥିବା କଟକଣା ଗୁଡିକ ହେଉଛି ଯଥାକ୍ରମେ- ୩ଶହ ଲୋକଙ୍କୁ ନେଇ ରାଜନୈତିକ ସଭାକୁ ଅନୁମତି ଦିଆଯାଇଛି ଏବଂ ୫ ଜଣ ବଦଳରେ ୨୦ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନିଂ କରିପାରିବେ । ରାଲି ଆଦି ଉପରେ ଥିବା ପୂର୍ବପରି କଟକଣା ବଳବତର ରହିଛି । ଓଡ଼ିଶା ସମାଚାର
