Thursday , June 30 2022
Breaking News
Home / ବିଶେଷ / କୋଭିଡ ସଚେତନତା ରଥ ଉଦଘାଟିତ

କୋଭିଡ ସଚେତନତା ରଥ ଉଦଘାଟିତ

ବାଲେଶ୍ଵର, ୦୭/୦୨/୨୦୨୨ (ଓଡ଼ିଶା ସମାଚାର)- କୋଭିଡ-୧୯ ପ୍ରତିରୋଧ ପାଇଁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତୀ କୋଭିଡ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଜିଲ୍ଲା ପ୍ରଶାସନ ,ଆକ୍ସନ ଏଡ୍ ଓ ଜ୍ଞାନଶ୍ରୀ ଅନୁଷ୍ଠାନର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଯୁବପିଢୀମାନଙ୍କ ମଧ୍ୟରେ କୋଭିଡ ସଚେତନତା ବଢାଇବା , କୋଭିଡ କଟକଣାକୁ ମାନିବା ଏବଂ ନିଜକୁ ଟୀକାକରଣ କରାଇବା ଉପରେ ଗୁରୁତ୍ବାରୋପ କରାଯାଇଛି । ୧୫ ରୁ ୧୮ ବର୍ଷ ବୟସର କିଶୋର କିଶୋରୀ ମାନଙ୍କୁ ଟୀକାକରଣରେ ଅନ୍ତର୍ଭୁକ୍ତ କରାଇବା , ଶିଶୁ ସୁରକ୍ଷା ଏବଂ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାର ବାର୍ତା ନେଇଏହି ରଥ ଫେବୃୟାରୀ ୭ ତାରିଖରୁ ୧୮ ତାରିଖ ଯାଏଁ ୧୨ ଦିନ ଧରି ଜିଲ୍ଲା ର ବିଭିନ୍ନ ବ୍ଲକରେ ବୁଲି ସଚେତନତା ଗୀତ ଓ ଲିଫ୍ଲେଟ ଦେଇ ସଚେତନତା କରାଇବ ।

ଆଜିର କାର୍ୟକ୍ରମରେ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭାବେଶ କୁମାର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଆଧୀକାରୀ ଶ୍ରୀଯୁକ୍ତ ଯୁବକ ମାଝୀ , ପ୍ରୋଟେକ୍ସନ ଅଫିସର ଦ୍ରୌପଦୀ ମାରାଣ୍ଡି ,ଚାଇଲ୍ଡ ଲାଇନ କେନ୍ଦ୍ର ପରିଚାଳକ ପ୍ରଶାନ୍ତ କୁମାର ରାଓତ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ  ଦୀପକ ସାହୁ ,ଆକ୍ସନ ଏଡ୍ ଜିଲ୍ଲା ସଂଯୋଜିକା ଶକୁନ୍ତଳାଦାଶ,ଜ୍ଞାନଶ୍ରୀ ଅନୁଷ୍ଠାନର ମୁଖ୍ୟ ଶ୍ରୀଯୁକ୍ତ ପ୍ରଶାନ୍ତ ପଟେଲ ଉପସ୍ଥିତ ଥିଲେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କୁନ୍ତଳା କୁମାରୀ ମଲ୍ଲିକ ଏହାକୁ ପରିଚାଳନା କରିଥିଲେ । ସିଡିପିଓ ମାନଙ୍କ ସହିତ ସୁପରଭାଇଜର ଏବଂ ଅନେକ ଅଙ୍ଗନବାଡି କର୍ମୀମାନେ ଉପସ୍ଥିତ ରହି ଏହି ୧୨ ଦିନିଆ ସଚେତନତା କାର୍ୟକ୍ରମକୁ ସ୍ଵାଗତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?

ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …

Leave a Reply

Your email address will not be published. Required fields are marked *