କଟକ ସଦର, ୦୬/୦୨/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ସୋମପୁର ପଞ୍ଚାୟତ ବିଭିନ୍ନ କାରଣ ପାଇଁ ଗତ କିଛି ବର୍ଷ ହେଲା ଚର୍ଚ୍ଚାରେ ରହି ଆସିଥିବା ବେଳେ ଏଵେ ପଞ୍ଚାୟତ ନିର୍ବାଚନରେ ଵି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


୧୫ ଗୋଟି ୱ।ର୍ଡର ୫,୪୯୭ ଭୋଟରଙ୍କୁ ନେଇ ଉକ୍ତ ପଞ୍ଚାୟତ ଚଳିତ ନିର୍ବାଚନରେ ସରପଞ୍ଚ ଓ ସମିତି ସଭ୍ୟ ଆସନ ସଂରକ୍ଷିତ ହୋଇଥିବା କାରଣରୁ ଏଠାରେ ବର୍ତ୍ତମାନର ସରପଞ୍ଚ ଓ ସମିତି ସଭ୍ୟା ପୃଥକ ପୃଥକ ଭାବେ ଦୁଇ ଦୁଇଟି ପ୍ରାର୍ଥୀ ଦେଇ ଚର୍ଚ୍ଚାକୁ ଆସିଥିବା ଦେଖାଯାଉଛି।ଏଠାରେ ୪ ଜଣ ସରପଞ୍ଚ ପ୍ରାର୍ଥୀ ଙ୍କ ସହ ୩ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲେଇ ଥିଵା ଵେଳେ ସରପଞ୍ଚ ଚିନ୍ମୟୀ ସ୍ୱାଇଁ ଙ୍କର ଦୁଇଟି ଓ ସମିତି ସଭ୍ୟା ହେଲିନା ଭୂୟାଁ ଙ୍କର ଦୁଇଟି ପ୍ରାର୍ଥୀ ଲଢୁଛନ୍ତି।ହେଲିନା ଭୂୟାଁ ଙ୍କ ସରପଞ୍ଚ ପ୍ରାର୍ଥୀ ପିତାମ୍ଵର ଦାସ ଓ ସମିତି ସଭ୍ୟା ପ୍ରାର୍ଥିନୀ କୁନି ଭୋଇଙ୍କ ପାଇଁ ଅରିଲୋ ସମିତି ସଭ୍ୟ ତଥା ସୋମପୁର ପଞ୍ଚାୟତର ପୂର୍ଵତନ ସରପଞ୍ଚ ରୂପକ ସ୍ୱାଇଁ,ନୂର ଅଲ୍ଲି,ଲିୟାକତ ଅଲ୍ଲି,ଅଜଗର ଅଲ୍ଲି(ପାପା),ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁ,ରୁଲ ସାହୁ,ଅଭୟ ସାହୁ, ନାରାୟଣ ମଲ୍ଲିକ, ନାଗେଶ୍ଵର ମହାନ୍ତି,ହିଜିଵୁଲ ଵାରି ପ୍ରମୁଖ ନିର୍ବାଚନ ବୈତରଣୀ ପାର କରିଵାକୁ ମଙ୍ଗ ଧରିଛନ୍ତି। ଏଥିପାଇଁ ଏହି ଦୁଇ ପ୍ରାର୍ଥୀ ପ୍ରଚାରରେ ଆଗୁଆ ଥିବା ଦେଖିବାକୁ ମିଳୁଛି। ଓଡ଼ିଶା ସମାଚାର