Tuesday , August 16 2022
Breaking News
Home / ବିଶେଷ / କୈବର୍ତ ସମାଜ ପକ୍ଷରୁ ବାର୍ଷିକ ଚକ୍ର ପୂଜା ଅନୁଷ୍ଠିତ

କୈବର୍ତ ସମାଜ ପକ୍ଷରୁ ବାର୍ଷିକ ଚକ୍ର ପୂଜା ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୦୬/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା କୈବର୍ତ ସମାଜର ବାର୍ଷିକ ଚକ୍ର ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ଶ୍ରୀପଂଚମୀ ପରଦିନ ରବିବାର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପରିସରରେ ରୀତିନୀତି ସହିତ ଶ୍ରୀମନ୍ଦିରର ନୀଳଚକ୍ର ପୂଜା କରାଯାଇ ନୂତନ ପତିତପାବନ ପତକାକୁ ନୀଳଚକ୍ରରେ ବନ୍ଧା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୈବର୍ତ ସମାଜର ମାହାଲ ପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ପରିଚାଳନା କରିବା ସହ ଉପସ୍ଥିତ କୈବର୍ତଙ୍କୁ ଅର୍ଶିବଚନ ପ୍ରଦାନ କରିଥିଲେ । ଏହି ଅବସରରେ କୁଳମଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଆଲୋଚନା ସଭା ଅନୁଷ୍ଠିତ ହୋଇ ବିଗତ ବର୍ଷର ସଂଗଠନର କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଚଳିତ ବର୍ଷ ପାଇଁ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ କୈବର୍ତ ସମାଜର ଜିଲ୍ଲା ସଭାପତି ଡଃ. ଲକ୍ଷ୍ମଣ ବେହେରା, ସମ୍ପାଦକ ବ୍ରହ୍ମାନନ୍ଦ ବେହେରା, ଇଂ ବିଷ୍ଣୁ ଚରଣ ବେହେରା, ଯୋଗେନ୍ଦ୍ର ବେହେରା, ଦିବାକର ବେହେରା, ନାରାୟଣ ମାହାଳି, ମୁନା ଦଳାଇ, ଅଲେଖ ବେହେରା, ଅନାମ ବେହେରା, ସଚ୍ଚିଦାନନ୍ଦ ବେହେରା, ଫକିର ବେହେରା, ମହେଶ୍ୱର ବେହେରା ଓ ପ୍ରଦିପ ବେହେରାଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ନେତୃସ୍ଥାନୀୟ କୈବର୍ତମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.