Tuesday , August 9 2022
Breaking News
Home / ବିଶେଷ / ଓଡିଆ ଜନବାଦୀ ସାହିତ୍ୟକୁ ଭଗବାନ ଜେନାଙ୍କ ଅବଦାନ ଅତୁଳନୀୟ

ଓଡିଆ ଜନବାଦୀ ସାହିତ୍ୟକୁ ଭଗବାନ ଜେନାଙ୍କ ଅବଦାନ ଅତୁଳନୀୟ

ଶିକ୍ଷକ ନେତା ଭଗବାନ ଜେନାଙ୍କ ୫ମ ସ୍ମାରକୀ ବକ୍ତୃତାମାଳା
କେନ୍ଦ୍ରାପଡ଼ା, ୦୬/୦୨/୨୦୨୨ (ଓଡ଼ିଶା ସମାଚାର)- ଓଡିଶାର ବିପ୍ଳବୀ ସାହିତ୍ୟକୁ ଜନାଦୃତି ଦେବାରେ ଅତୁଳନୀୟ ଅବଦାନ ପାଇଁ ପ୍ରାଧ୍ୟାପକ ଭଗବାନ ଜେନା ସବୁଦିନ ପାଇଁ ମନେରହିବେ ବୋଲି ସଂଗ୍ରାମୀ ଭଗବାନ ଜେନାଙ୍କ ୫ମ ପୂଣ୍ୟତିଥି ଉପଲକ୍ଷେ ଆୟୋଜିତ ବକ୍ତୃତାମାଳାରେ ଆଲୋଚକ ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଡଃ. ବାସୁଦେବ ଦାସ ମତ ପ୍ରକାଶ କରିଛନ୍ତି । ସଂଗ୍ରାମୀ ଭଗବାନ ଜେନା ସ୍ମୃତି କମିଟି ପକ୍ଷରୁ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ସଂଗଠନର ସଭାପତି ଅଧ୍ୟାପକ ଅଜୟ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ସ୍ମାରକୀ ବକ୍ତୃତାମାଳାରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନବାବୁଙ୍କ ସାହିତ୍ୟର ସାମୁହିକ ଆବେଦନ ଏବଂ ଓଡିଶାର ଶିକ୍ଷା ଆନ୍ଦୋଳନ ପ୍ରତି ତାଙ୍କର ସ୍ମରଣୀୟ କାର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସଂଗଠନର ସମ୍ପାଦକ ଆଦିକନ୍ଦ ରାଉଳ ସ୍ମାରକୀ ବକ୍ତୃତାର ଉଦେଶ୍ୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶୈଳଜା ଶଙ୍କର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ଗାଳ୍ପିକା ଅବନ୍ତୀ ବେହେରା, ଅବସରପ୍ରାପ୍ତ ଡେପୁଟୀ କଲେକ୍ଟର ବିଜୟ ନାୟକ, ଗୟାଧର ଧଳ, ନିରଞ୍ଜନ ପରିଡା, ଶୁଭାଂଶୁ ଦାସ, ଅଶୋକ ସାହୁ, ସ୍ୱପ୍ନାଂଶୁ ଦାସ, ଶରତ ରାଉତ, ମଧୁସୁଦନ ନାଥ, ଭାଗୀରଥି ଜେନା, ଆଶିଷ ସେନାପତି, ଫକିର ଓଝା ପ୍ରମୁଖ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଶିକ୍ଷକ ଆନ୍ଦୋଳନ କାଳର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଡଃ. ବାସୁଦେବ ଦାସଙ୍କୁ ଭଗବାନ ଜେନା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସୁରେଶ ପଟ୍ଟନାୟକଙ୍କ ଦ୍ୱାରା ସୁର ସାମ୍ରାଜ୍ଞି ଲତା ମେଙ୍ଗସ କରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.