କେନ୍ଦ୍ରାପଡ଼ା, ୦୫/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୭ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜୁ ଜନତାଦଳର ପ୍ରାର୍ଥୀ ହୋଇଥିବା ମଧୁଛନ୍ଦା ମହାନ୍ତି ତାଙ୍କ ନିର୍ବାଚନୀ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଶ୍ରୀମତୀ ମହାନ୍ତି ସେହି ଜୋନ ଅନ୍ତର୍ଗତ ଗାଙ୍ଗପଡା, ଚନ୍ଦନପୁର, କେଶପୁର, ସାନମାଣିତିଆ, ପଳସିଂହା ଓ ବାରୋ ପାୟତର ଗ୍ରାମ ଗୁଡିକରେ ଘରକୁ ଘର ବୁଲି ଭୋଟରମାନଙ୍କୁ ଭେଟି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଗତ ୨୦୦୭ମସିହାରେ ମଧୁଛନ୍ଦାଙ୍କ ଦିଅର ଦୁର୍ଗାଶିଷ ମହାନ୍ତି କେନ୍ଦ୍ରାପଡା ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ଲୋକମାନଙ୍କ ପାଇଁ ବହୁ ଜନହିତକର କାର୍ଯ୍ୟ କରିଛନ୍ତି । ସେହିସବୁ ବିକାଶ ମୂଳକ କାର୍ଯ୍ୟକୁ ନେଇ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ମଧୁଛନ୍ଦା ତାହାକୁ ଆୟୁଧ କରି ସେ ଭୋଟରଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତୀ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରାଙ୍କ ବିକାଶ ମୂଲକ କାର୍ଯ୍ୟ ତାଙ୍କ ନିର୍ବାଚନ ପ୍ରଚାରର ମୁଖ୍ୟ ଅସ୍ତ୍ର ହୋଇଛି । ଓଡ଼ିଶା ସମାଚାର
