Saturday , August 13 2022
Breaking News
Home / ତାଜା ଖବର / ୩ ଠକ ଗିରଫ

୩ ଠକ ଗିରଫ

ଭୁବନେଶ୍ୱର , ୦୫/୦୨/୨୦୨୨ (ଓଡ଼ିଶା ସମାଚାର)- ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବେଙ୍ଗାଲୁରୁ ପୋଲିସର ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ପୋଲିସ ସହାୟତାରେ ୩ଜଣଙ୍କୁ ଗିରଫ କରିଛି । ୩ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ଅଛନ୍ତି । ସଫ୍ଟଓ୍ୱେର କମ୍ପାନୀରେ ଚାକିରୀ କରେଇ ଦେବା କୁ କହି ଠକି ନେଇଥିଲେ । ବେଙ୍ଗାଲୁରୁ ପୋଲିସ ପାଇଁ ୨୦୧୮ ମସିହାରୁ ଏହି ୩ ଠକ ମୋଷ୍ଟ ଓ୍ୱାଣ୍ଟେଡ଼ ଥିଲେ ।ସେବେଠାରୁ ଏହି ଠକଙ୍କୁ ପୋଲିସ ଖୋଜୁଥିଲେ । ଚନ୍ଦ୍ରଶେଖରପୁର ପୋଲିସ ସେମାନଙ୍କୁ ଗିରଫ କରି ବେଙ୍ଗାଲୁରୁ ପୋଲିସକୁ ହସ୍ତାନ୍ତର କରିଛି । ୩ ଅଭିଯୁକ୍ତଙ୍କୁ ବେଙ୍ଗାଲୁରୁ ପୋଲିସ ଟ୍ରାଞ୍ଜିଟ ରିମାଣ୍ଡରେ ନେବେ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ବାପର ଟାଙ୍ଗିଆ ଚୋଟ ରେ ପୁଅର ମୃତ୍ୟୁ

ରାଜଗାଙ୍ଗପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ନୃଶଂସ ବାପର ଟାଙ୍ଗିଆ ଚୋଟ ରେ ପୁଅର ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ …

Leave a Reply

Your email address will not be published.