Tuesday , September 27 2022
Breaking News
Home / ସ୍ୱାସ୍ଥ୍ୟ / ୨,୬୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୪୯ ଜଣ ଶିଶୁ ସଂକ୍ରମିତ – ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ସୂଚନା

୨,୬୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୩୪୯ ଜଣ ଶିଶୁ ସଂକ୍ରମିତ – ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର ,୦୫/୦୨/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୨,୬୦୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୨୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୦୮୨ ଜଣ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୪୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୦୨ ଜଣ, ବାଲେଶ୍ୱରରୁ ୪୮ ଜଣ, ବରଗଡ଼ରୁ ୫୧ ଜଣ, ଭଦ୍ରକରୁ ୩୭ ଜଣ, ବଲାଙ୍ଗୀରରୁ ୬୦ ଜଣ, ବୌଦ୍ଧ ଜିଲ୍ଲାରୁ ୩୭, କଟକରୁ ୨୦୫ ଜଣ, ଦେବଗଡ଼ରୁ ୨୧ ଜଣ, ଢେଙ୍କାନାଳରୁ ୬୪ ଜଣ, ଗଜପତିରୁ ୬୪, ଗଞ୍ଜାମରୁ ୮୫ ଜଣ, ଜଗତସିଂହପୁରରୁ ୬୦ ଜଣ, ଯାଜପୁରରୁ ୧୩୩ ଜଣ, ଝାରସୁଗୁଡ଼ାରୁ ୫୭ ଜଣ, କଳାହାଣ୍ଡିରୁ ୬୦ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୬୩ ଜଣ, କେଉଁଝରରୁ ୪୩ ଜଣ, ଖୋର୍ଦ୍ଧାରୁ ୪୪୪ ଜଣ, କୋରାପୁଟରୁ ୯୪ ଜଣ, ମାଲକାନଗିରିରୁ ୧୯ ଜଣ, ମୟୁରଭଞ୍ଜରୁ ୧୦୪ ଜଣ, ନବରଙ୍ଗପୁରରୁ ୬୨, ନୟାଗଡ଼ରୁ ୬୭ ଜଣ, ନୂଆପଡ଼ାରୁ ୮୭ ଜଣ, ପୁରୀରୁ ୪୧ ଜଣ, ରାୟଗଡ଼ାରୁ ୬୧ ଜଣ, ସମ୍ୱଲପୁରରୁ ୮୮ ଜଣ, ସୋନପୁରରୁ ୧୬, ସୁନ୍ଦରଗଡ଼ରୁ ୨୦୪ ଜଣ ଓ ଷ୍ଟେଟ ପୁଲ ରୁ ୧୦୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ୩ଜଣ ଲେଖାଏଁ ରହିଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରୁ ୨ଜଣ ରହିଥିବା ବେଳେ ସୋନପୁର, ନବରଙ୍ଗପୁର, ନୟାଗଡ଼, ବୌଦ୍ଧ, ଜଗତସିଂହପୁର, ଗଞ୍ଜାମ, ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୪୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୨୮୯୭୬ଜଣ ସୁସ୍ଥ ହୋଇଛନ୍ତି । ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୨୬୯୬୫ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ରହିଥିବା ବେଳେ ଗତକାଲି ସୁଦ୍ଧା ରାଜ୍ୟରେ ୨୭୯୩୬୦୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.