କଟକ, ୦୫/୦୨/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଜଗତସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ଖାଲ ଗାଁ ର ଫ୍ରିଜ୍ ଓ ଏସି ମେକାନିକ୍ ସମିର ପାଲ ଅନ୍ଦରପୁର ର ରାଜା କରଣ ସହିତ ଯୋଗାଯୋଗରେ ଆସିଥିଲା । ଅନ୍ଦରପୁର ହାଉସିଂ ମୂ୍ ଡ଼େଭଲପମେଂଟ ପ୍ରୋଜେକ୍ଟ ରେ ଏକ ଘର ଆଲଟମେଂଟ କରାଇ ଦେବାକୁ ବିଭିନ୍ନ ସମୟରେ ୨.୩୦ ଲକ୍ଷ ଟଙ୍କା ନେଇଥିଲେ । ନୋଟାରୀ ଙ୍କ ସମ୍ମୁଖରେ ଏକ ଆଗ୍ରିମେଂଟ କରି ଜେରକ୍ସ କପି ଦେଇଥିଲେ । ହେଲେ ସେ ଘର ଯୋଗାଇ ନଥିଲେ କିମ୍ବା ଟଙ୍କା ଫେରାଇ ନଥିଲେ । ଏହିଭଳି ଭାବରେ ରାଜା କରଣ ୪୦ ଜଣ ଲୋକଙ୍କ ଠାରୁ ଟଙ୍କା ନେଇଥିଲେ । ଏ ସମ୍ପର୍କରେ ମଧୁପାଟଣା ଥାନାରେ ଗତ ୩ ତାରିଖରେ ସମିର ପାଲ ଏକ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ମଧୁପାଟଣା ଥାନାରେ କେଶ ନଂ- ୨୩ ରେ ଏକ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ରାଜା କରଣ ବହୁ ଲୋକଙ୍କ ଠାରୁ ଏଭଳି ଟଙ୍କା ନେଇଥିବା ଜଣାପଡ଼ିଥିଲା । ତଦନ୍ତ ସମୟରେ ୧୪ ଲକ୍ଷ ୯୦ ହଜାର ଟଙ୍କା ଓ କାଗଜ ପତ୍ର ଜବତ କରାଯାଇଥିଲା । ରାଜା କରଣ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ତା ନାମରେ ଜଗତପୁର ଓ ମଧୁପାଟଣା ଥାନାରେ ୪ଟି ମାମଲା ରହିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
