Tuesday , August 16 2022
Breaking News
Home / ନିର୍ବାଚନ / କଟକ ଜିଲ୍ଲା ୪ ଓ ୬ ନମ୍ଵର ଜିଲ୍ଲା ପରିଷଦ ଯୋନରେ କଣ୍ଟା ସାଜିଛନ୍ତି ଵିଜେଡି ଓ ଵିଜେପିର ଦୁଇ ବିଦ୍ରୋହୀ ପ୍ରାର୍ଥିନୀ,ଦଳରୁ ନିଲମ୍ବିତ

କଟକ ଜିଲ୍ଲା ୪ ଓ ୬ ନମ୍ଵର ଜିଲ୍ଲା ପରିଷଦ ଯୋନରେ କଣ୍ଟା ସାଜିଛନ୍ତି ଵିଜେଡି ଓ ଵିଜେପିର ଦୁଇ ବିଦ୍ରୋହୀ ପ୍ରାର୍ଥିନୀ,ଦଳରୁ ନିଲମ୍ବିତ

କଟକ ସଦର, ୦୫/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସଦର ଵ୍ଲକ ଅନ୍ତର୍ଗତ ୪ ଓ ୬ ନମ୍ଵର ଜିଲ୍ଲା ପରିଷଦ ଜୋନରେ ଵିଜେଡି ଓ ଵିଜେପି ପ୍ରାର୍ଥିନୀ ଦ୍ବୟଙ୍କ ପାଇଁ ଅଡୁଆ ହୋଇଛନ୍ତି ଦୁଇ ବିଦ୍ରୋହୀ ପ୍ରାର୍ଥିନୀ।ଦୁଇ ଜଣ ଯାକ ଦଳରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଥିବା କାରଣରୁ ଦଳର ରଙ୍ଗକୁ ମଳିନ କରିଵାକୁ ଯାଉଥିବା ଚର୍ଚ୍ଚା ହେଉଛି।ଏଥିରେ ତିନୋଟି ପଞ୍ଚାୟତକୁ ନେଇ ୪ ନଵର ଜୋନରେ ଵିଜେଡିରୁ ଉରାଳି ସରପଞ୍ଚ ଅଶାଲତା ଵେହେରା, ଜାତୀୟ କଂଗ୍ରେସରୁ ମୋନିକା ନାୟକ,ଵିଜେପିରୁ ସୁଜାତା ଦାସ ନିର୍ବାଚନ ଲଢ଼ୁଥିବା ଵେଳେ କଟକ ସଦର ଵ୍ଲକ ମହିଳା ଵିଜେଡି ସଭାପତି କଵିତା ଦାସ ଦଳୀୟ ଟିକେଟରୁ ବଞ୍ଚିତ ହୋଇ ସ୍ୱାଧୀନ ଭାଵେ

କଵିତା ଦାସ
ସବିତା ଦାସ

ନିର୍ବାଚନ ମଇଦାନକୁ ଓହ୍ଲାଇ ଛନ୍ତି।ସେହିପରି ଛଅ ଗୋଟି ପଞ୍ଚାୟତକୁ ନେଇ ୬ ନମ୍ଵର ଜୋନରେ ଵିଜେଡିରୁ ସସ୍ମିତା ମାହାର୍ଥା,ଵିଜେପିରୁ ମଧୁସ୍ମିତା ସାସମଲ, ଜାତୀୟ କଂଗ୍ରେସରୁ ସୋନାଲିକା ଦିକ୍ଷୀତ ଦଳୀୟ ପ୍ରାର୍ଥିନୀ ଭାଵେ ନିର୍ବାଚନ ଲଢୁଥିବା ବେଳେ ଵିଜେପିର ବିଦ୍ରୋହୀ ପ୍ରାର୍ଥିନୀ ଭାଵେ କଟକ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଂପାଦିକା ସଵିତା ଦାସ ନିର୍ବାଚନ କୁ ଓହ୍ଲେଇ ଛନ୍ତି।ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ କଵିତା ଦାସ ଓ ସବିତା ଦାସଙ୍କୁ ଵିଜେଡି ଵିଜେପି ଦଳରୁ ନିଲମ୍ବନ କରିଥିବା ଜଣାଯାଇଛି। ବିଦ୍ରୋହୀମାନଙ୍କ ପାଇଁ ଦଳର କୈ।ଣସ କ୍ଷତି ହେଵ ନାହିଁ ଵୋଲି ଵ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର ଓ କଟକ ଜିଲା ଵିଜେପି ସଭାପତି ପ୍ରକାଶ ବେହେରା କହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.