Tuesday , August 9 2022
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / କଟକ ଗଡଖାଇରେ ନିର୍ମାଣ ହେଲା ପରିଦର୍ଶକ ପ୍ରୋତ୍ସାହନ କେନ୍ଦ୍ର ଓ ସଂଗ୍ରହାଳୟ

କଟକ ଗଡଖାଇରେ ନିର୍ମାଣ ହେଲା ପରିଦର୍ଶକ ପ୍ରୋତ୍ସାହନ କେନ୍ଦ୍ର ଓ ସଂଗ୍ରହାଳୟ

କଟକ ସଦର, ୦୫/୦୨/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା):କଟକ ସହରର ଐତିହ୍ୟ ସହିତ ଜଡିତ ଗଡଖାଇର ସୈ।ନ୍ଦର୍ଯ୍ୟକଳଣ ପାଇଁ ଓଟିଡିସି(ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ) ଆଗେଇ ଆସିଛି।ନିଗମ ପକ୍ଷରୁ ଗଡଖାଇ ନିକଟରେ ପର୍ଯ୍ୟଟନ ପ୍ରୋତ୍ସାହନ କେନ୍ଦ୍ର (ଟୁରିଷ୍ଟ ଫ୍ୟାସିଲିଟି ସେଣ୍ଟର) ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଆସନ୍ତା ମାର୍ଚ୍ଚ ମାସରେ କାର୍ଯ୍ୟକ୍ଷମ ହେଵାକୁ ଯାଉଛି। ଏଥିସହିତ ୫ କୋଟି ଟଙ୍କା ବ୍ୟୟ ଅଟକଳରେ ସଂଗ୍ରହାଳୟ ସହିତ ପର୍ଯ୍ୟଟକଙ୍କ ଵସିଵା ପାଇଁ ୫ ଟି ସୁନ୍ଦର ମୁକ୍ତାକାଶ ଚଉତରା ଏବଂ ଅତ୍ୟାଧୁନିକ ଶୈ।ଚାଳୟ ତିଆରି କରାଯାଇଛି। ଉକ୍ତ ସଂଗ୍ରହାଳୟରେ ଗଡଖାଇ ଖୋଦେଇରୁ ବାହାରିଥିବା ବିଭିନ୍ନ ସାମଗ୍ରୀକୁ ରଖାଯିଵ।କଟକ ସହରର ଇତିହାସକୁ ଫଟୋଚିତ୍ର ମାଧ୍ୟମରେ ସୂଚନା ଦେଵାର ମଧ୍ୟ ବ୍ୟବସ୍ଥା କରାଯାଇଛି।କଟକ ଉପରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବିଶେଷ ସହାୟକ ହେଵ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ୨୦୧୯ ରେ ଏହି କାର୍ଯ୍ୟର ଶୁଭାରମ୍ଭ କରାଯାଇ ମାତ୍ର ୩ ଵର୍ଷରେ ଏହା କାର୍ଯ୍ୟକ୍ଷମ ହେଵାକୁ ଯାଉଥିବା ବେଳେ ଗଡଖାଇର ପୁନରୁଦ୍ଧାର, ଉନ୍ନତିକରଣ ସହିତ ସୈ।ନ୍ଦର୍ଯ୍ୟକରଣ ପାଇଁ ୨୦୧୦ ରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସୁଦ୍ଧା ୧୧ ଵର୍ଷ ବିତିଯାଇଥିଲେ ମଧ୍ୟ କେଵଳ ୨ ଶହ ମିଟର ପାଚେରୀ ନିର୍ମାଣ କରି ଜିଲ୍ଲା ପ୍ରଶାସନ ହାତଵାନ୍ଧି ଵସି ରହିଥିଵାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲା କଳା, ସାହିତ୍ୟ ପରିଷଦ ପକ୍ଷରୁ ସାଂସ୍କୃତିକ ସଂଗଠନ ଗଠନ

କେନ୍ଦ୍ରାପଡ଼ା,୨୫ /୦୭/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମର କାଳୀ ମନ୍ଦିର ପ୍ରାଙ୍ଗଣରେ କେନ୍ଦ୍ରାପଡ଼ା ଜିଲ୍ଲା କଳା ସାହିତ୍ୟ …

Leave a Reply

Your email address will not be published.