ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୨୬୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୬୮ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବାବେଳେ ୧୧୨୯ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୪୩୫ଜଣ ଶିଶୁ ରହିଛନ୍ତି । ଅନୁଗୁଳରୁ ୫୫ ଜଣ, ବାଲେଶ୍ୱରରୁ ୭୩ ଜଣ, ବରଗଡ଼ରୁ ୫୩ ଜଣ, ଭଦ୍ରକରୁ ୪୮ ଜଣ, ବଲାଙ୍ଗୀରରୁ ୯୮ ଜଣ, ବୌଦ୍ଧ ଜିଲ୍ଲାରୁ ୪୮, କଟକରୁ ୧୩୮ ଜଣ, ଦେବଗଡ଼ରୁ ୩୯ ଜଣ, ଢେଙ୍କାନାଳରୁ ୪୦ ଜଣ, ଗଜପତିରୁ ୫୯, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୬୭ ଜଣ, ଯାଜପୁରରୁ ୧୨୭ ଜଣ, ଝାରସୁଗୁଡ଼ାରୁ ୩୬ ଜଣ, କଳାହାଣ୍ଡିରୁ ୯୫ ଜଣ, କନ୍ଧମାଳରୁ ୩୪ ଜଣ, କେନ୍ଦ୍ରାପଡ଼ାରୁ ୪୦ ଜଣ, କେଉଁଝରରୁ ୪୪ ଜଣ, ଖୋର୍ଦ୍ଧାରୁ ୫୧୩ ଜଣ, କୋରାପୁଟରୁ ୪୧ ଜଣ, ମାଲକାନଗିରିରୁ ୧୮ ଜଣ, ମୟୁରଭଞ୍ଜରୁ ୧୨୮ ଜଣ, ନବରଙ୍ଗପୁରରୁ ୭୫, ନୟାଗଡ଼ରୁ ୯୬ ଜଣ, ନୂଆପଡ଼ାରୁ ୫୫ ଜଣ, ପୁରୀରୁ ୬୩ ଜଣ, ରାୟଗଡ଼ାରୁ ୮୫ ଜଣ, ସମ୍ୱଲପୁରରୁ ୮୫ ଜଣ, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୨୯୧ ଜଣ ଓ ଷ୍ଟେଟ ପୁଲ ରୁ ୧୦୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୬.୧୦୨ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ୨୩ ଜଣ କରୋନା ସଂକ୍ରମିତ ଙ୍କର ମୃତ୍ୟୁ ହୋଇଛି । ମୃତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ ଜଣ ଲେଖାଁଏ, ବାଲେଶ୍ବର, ଢ଼େଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଁଏ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୮୯ ରେ ପହଂଚିଛି ।
ରାଜ୍ୟରେ ମୋଟ୍ ୧୨,୬୨,୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୧୨, ୨୨, ୮୬୭ ଜଣ ସୁସ୍ଥ ହୋଇଛନ୍ତି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬୮୯ ରେ ପହଂଚିଥିବାବେଳେ ୫୩ ଜଣ ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୩୦, ୪୯୩ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ୨୭୮୭୨୯୮୬ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର