Tuesday , August 9 2022
Breaking News
Home / ବିଶେଷ / ପ୍ରସ୍ତାବିତ ସାନି ବିଦ୍ୟୁତ ଶୁଳ୍କବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆପତି

ପ୍ରସ୍ତାବିତ ସାନି ବିଦ୍ୟୁତ ଶୁଳ୍କବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଆପତି

ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ଜନଶକ୍ତି ମଞ୍ଚ ରାଜ୍ୟର ସାଧାରଣ ଜନତାଙ୍କ ଆପତ୍ତି ଓ ଅଭିଯୋଗକୁ ଆଧାର କରି ଗ୍ରିଡକୋ , ଓପିଟିସିଏଲ୍ ଓଡିସକମ୍ସ ଦ୍ବାରା ପ୍ରସ୍ତାବିତ ସାନି ବିଦ୍ୟୁତ ଶୁଳ୍କବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଏକ ଆବେଦନପତ୍ର ପ୍ରଦାନ କରିଛନ୍ତି।ଏଥିରେ ନିମ୍ନୋକ୍ତ ତଥ୍ୟ ଓ ଅଭିଯୋଗ ଉଲ୍ଲେଖ ହୋଇଛି।
ଓଡ଼ିଶା ଏକ ବଳକା ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ହୋଇଥିବା ସତ୍ବେ ମାସିକ ୨୦୦ୟୁନିଟ ରୁ କମ୍ବ୍ୟ ବ୍ୟବହାର କରୁଥିବା ସାଧାରଣ ଘରୋଇ ଉପଭୋକ୍ତା ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ ଅଧିକ ଶୁଳ୍କ ଦେଉଛନ୍ତି।ଓଡ଼ିଶାର ଘରୋଇ ଉପଭୋକ୍ତା୨୦୦ୟୁନିଟ ରୁ କମ୍ ବିଦ୍ୟୁତଶୁଳ୍କ ବାବଦରେ ଟ. ୯୪୫/- ଦେବାକୁ ବାଧ୍ୟ ହେଉଥିବା ସମୟରେ ଆନ୍ଧ୍ରପ୍ରଦେଶରେ ସମାନ ୟୁନିଟ୍ ନିମନ୍ତେଟ.୬୨୦/-, ଛତିଶଗଡ଼ ରେ ଟ. ୮୬୧/-, ପଞ୍ଜାବରେ ଟ. ୬୭୨/-, ଦିଲ୍ଲୀରେ୨୦୦ୟୁନିଟ ସଂପୂର୍ଣ୍ଣ ଶୁଳ୍କ ମୁକ୍ତ ଓ ତାମିଲନାଡୁରେ ଦ୍ଵିମାସିକ୧୦୦ୟୁନିଟ ଶୁଳ୍କମୁକ୍ତ।
ରାଜ୍ୟରେ ବିଦ୍ୟୁତ ବଣ୍ଟନ ଓ ସରବରାହ ସଂସ୍ଥାମାନଙ୍କ ଦ୍ଵାରା ପ୍ରସ୍ତୁତ ହେଉଥିବା ଖର୍ଚ୍ଚ ଆକଳନକୁ ଆଧାରକରି ଓଡ଼ିଶା ବିଦ୍ୟୁତନିୟାମକ ଆୟୋଗ ବିଦ୍ୟୁତ ଶୁଳ୍କ ଧାର୍ୟ୍ୟକରୁଥିବା ଯୋଗୁଁ ରାଜ୍ୟରେ ଅତ୍ୟଧିକ ଶୁଳ୍କ ବୃଦ୍ଧିପାଉଛି; ଯାହାକି ଡିସକମ୍ ଦ୍ଵାରା ପ୍ରସ୍ତୁତ ପ୍ରକୃତ ଅଡିଟ ରିପୋର୍ଟ ବା ପ୍ରକୃତ ଖର୍ଚ୍ଚର ଆଧାରରେ ପର୍ୟ୍ୟବେଶିତ ନୁହେଁ।
ଡିସକମ୍ ଦ୍ବାରା ବାସ୍ତବ ଖର୍ଚ୍ଚ ଓ କ୍ଷତିକୁ ନେଇ କୌଣସି ନିରପେକ୍ଷ ଓ ସ୍ଵତନ୍ତ୍ର ଅଡିଟ୍ ହେଉନାହିଁ।ଦିଲ୍ଲୀରେ ଏକ ନିରପେକ୍ଷ ଅଡିଟ ରେ ବିଦ୍ୟୁତ ଶୁଳ୍କ ବହୁପରିମାଣରେ ହ୍ରାସଘଟିଛି।ଏଣୁ ଆମରାଜ୍ୟରେ ବିଦ୍ୟୁତ ଶୁଳ୍କ ପୁନଃନିର୍ଦ୍ଧାରଣ କରିବାପୂର୍ବରୁ ଏକ ନିରପେକ୍ଷ ଅଡିଟ କରାଯିବା ଦରକାର।
ଯେଉଁ ସମୟରେ ସମୃଦ୍ଧ ରାଜ୍ୟମାନେ କୃଷି ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି, ଓଡ଼ିଶାର ଗରିବ ଚାଷୀମାନଙ୍କ ଉପରେ ଅତ୍ୟଧିକ ବିଦ୍ୟୁତ ଶୁଳ୍କ ଲଦିଦିଆଯାଉଛି।
ପଞ୍ଜାବ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ୩୦ପ୍ରତିଶତ ବିଦ୍ୟୁତ କୃଷି କାର୍ୟ୍ୟରେ ବ୍ୟବହୃତ ହେଉଥିବାବେଳେ ଓଡ଼ିଶାରେ ମାତ୍ର ୨ପ୍ରତିଶତ ବିଦ୍ୟୁତ କୃଷିକାର୍ୟ୍ୟରେ ବ୍ୟବହୃତ।ଅତ୍ୟଧିକ ବିଦ୍ୟୁତଶୁଳ୍କ ଯୋଗୁଁ ଓଡ଼ିଶାର କୃଷିକାର୍ୟ୍ୟ ଜାତୀୟସ୍ତର ଠାରୁ ବହୁପଛରେ ରହିଛି।
ରାଜ୍ୟରେ ନୂଆ ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ଟାଟାପାୱାର କମ୍ପାନୀ ସହିତ ଚୁକ୍ତିରେ ଯେଉଁ ଅଡିଟ ରିପୋର୍ଟ ଦାଖଲ କରାଯାଇଛି, ଜନସାଧାରଣଙ୍କ ଟିକସ ଅର୍ଥରେ ସୃଷ୍ଟି ହୋଇଥିବା୨୦,୦୦୦କୋଟି ଟଙ୍କାର ସ୍ଥାୟୀସମ୍ବଳ ସଂପର୍କରେ ସାମାନ୍ୟ ସୂଚନାବି ନାହିଁ; ଯାହାକି ସରକାରଙ୍କ ଦ୍ଵାରା ବିଭିନ୍ନ ପର୍ୟ୍ୟାୟରେ ଅନୁଦାନ ଏବଂ ପୁଞ୍ଜିନିବେଶ ଦ୍ଵାରା ସୃଷ୍ଟି କରାଯାଇଛି।କାହାସ୍ବାର୍ଥରେ ବା କେଉଁ କାରଣ ପାଇଁ ରାଜ୍ୟସରକାର ଏହାକୁ ଅଡିଟ କରିନାହାନ୍ତି ବା ଅଡିଟ ରେ ସ୍ଥାନ ଦେଇନାହାନ୍ତି?
ଓଡ଼ିଶା ଜଳବିଦ୍ୟୁତ ରେ ବଳକା ରାଜ୍ୟ ହୋଇଥିବାସତ୍ବେ ଏହାର ଜନସାଧାରଣ ଓ ଗରିବ ଚାଷୀମାନଙ୍କ ଉପରେ ଆକାଶଛୁଆଁ ବିଦ୍ୟୁତ ଶୁଳ୍କ ଲଦି ଦିଆଯାଇଛି।ଏହା ପଛରେ ଅସଲ ଅଭିସନ୍ଧି ଜଳଜଳ ଦେଖାଯାଉଛି- ଡିସକମ୍ସ ଓ ସରକାରୀ ଅଧିକାରୀଙ୍କ ମଧୁଯାମିନୀରେ ଚାଲିଥିବା ଦୁର୍ନୀତି ଓ ଜାଲିଆତି। ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.