Tuesday , August 9 2022
Breaking News
Home / ସ୍ୱାସ୍ଥ୍ୟ / ନୂଆ ମେଡିକାଲକୁ ରୋଗୀସେବା ସ୍ତାନାନ୍ତର ପାଇଁ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ

ନୂଆ ମେଡିକାଲକୁ ରୋଗୀସେବା ସ୍ତାନାନ୍ତର ପାଇଁ ନିର୍ଦେଶ ଦେଲେ ସ୍ୱାସ୍ଥ୍ୟ ନିର୍ଦେଶକ

କେନ୍ଦ୍ରାପଡ଼ା, ୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ଶୁକ୍ରବାର କେନ୍ଦ୍ରାପଡା ଗସ୍ତରେ ଆସି କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅନୀତା ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ନିର୍ଦେଶକ ସିଡିଏମଓଙ୍କୁ ନିର୍ଦେଶ ଦେଇଥିଲେ ତୁରନ୍ତ ଯେପରି ରୋଗୀସେବା ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନାକୁ ସ୍ଥାନାନ୍ତର ହେବ । ସ୍ୱାସ୍ଥ୍ୟ ନିର୍ଦେଶକ କହିଥିଲେ ଯେ ପ୍ରଥମେ ମାତୃ ଓ ଶିଶୁ ଚିକିତ୍ସା ବିଭାଗକୁ ସେଠାକୁ ସ୍ଥାନାନ୍ତର କରାଯିବ । ଏନେଇ ଯେଉଁସବୁ ଭିତିଭୂମୀ ଓ ସରଞ୍ଜାମର ଆବଶ୍ୟକତା ରହିଛି ତାହା ପୁରଣ କରାଯିବ । ଫଳରେ ସେଠାରେ ମା ଓ ଶିଶୁମାନେ ଉତମ ଚିକିତ୍ସା ପାଇପାରିବେ । ଏହାପରେ ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ଚିକିତ୍ସା ବିଭାଗକୁ ସେଠାକୁ ସ୍ଥାନାନ୍ତର କରାଯିବ । ବର୍ତମାନର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସହର ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବ । କିନ୍ତୁ ଏଠାରେ ସିଡିଏମଓଙ୍କ କାର୍ଯ୍ୟାଳୟ ସହିତ ଏ.ଏନ.ଏମ.ମାନଙ୍କ ତାଲିମ କେନ୍ଦ୍ର ମଧ୍ୟ ରହିବ । ମୋଟାମୋଟି ଭାବେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ନୂଆ ଡାକ୍ତରଖାନାରେ ଉପଲବ୍ଧ ହେବ । ପୁରୁଣା ଡାକ୍ତରଖାନା ପରିସରରେ କେବଳ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ କାର୍ଯ୍ୟାଳୟ ଚାଲିବ । ଏନେଇ ସିଡିଏମଓ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକଙ୍କୁ ଅବଗତ କରାଇଥିଲେ । ସ୍ୱାସ୍ଥ୍ୟ ନିର୍ଦେଶକ ସିଡିଏମଓଙ୍କ ସହ ଆଲୋଚନା କରିବା ପରେ ଶ୍ୟାମଗୁଡିଆସ୍ଥିତ ନୂଆ ଡାକ୍ତରଖାନାକୁ ପରିଦର୍ଶନ କରିଥିଲେ । ସେଠାରେ କେଉଁସବୁ ସରଞ୍ଜାମର ଆବଶ୍ୟକତା ରହିଛି ସେନେଇ ସିଡିଏମଓଙ୍କ ସହ ସେ ଆଲୋଚନା କରିଥିଲେ । ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ଏହି ଗସ୍ତକୁ ନେଇ ନୂଆ ଡାକ୍ତରଖାନା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଯପକୁଦ ଠାରେ ଚକ୍ଷୁ ଚିକିତ୍ସା ଶିବିର

Leave a Reply

Your email address will not be published.