କେନ୍ଦ୍ରାପଡ଼ା, ୦୪/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ୱାର୍ଡ ଗୁଡିକ ନିମନ୍ତେ ଚୂଡାନ୍ତ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହି ଅନୁଯାୟୀ କେନ୍ଦ୍ରାପଡା ପୌରସଂସ୍ଥାର ୨୧ଟି ୱାର୍ଡ ମଧ୍ୟରୁ ଗୋଟିଏ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିବା ବେଳେ ଗୋଟିଏ ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୯ଟି ସାଧାରଣ ବର୍ଗ ମହିଳା ଓ ଅନ୍ୟ ୯ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ଜଣାପଡିଛି । ସେହିଭଳି ପଟ୍ଟାମୁଣ୍ଡାଇ ପୌରସଂସ୍ଥାର ୨୦ଟି ୱାର୍ଡ ମଧ୍ୟରୁ ୩ଟି ଅନୁସୂଚିତ ଜାତି, ୩ଟି ଅନୁସୂଚିତ ଜାତି ମହିଳା, ଗୋଟିଏ ଅନୁସୂଚିତ ଜନଜାତି ମହିଳା, ୬ଟି ସାଧାରଣ ବର୍ଗ ମହିଳାଙ୍କ ପାଇଁ ଓ ୭ଟି ଅସଂରକ୍ଷିତ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଓଡ଼ିଶା ସମାଚାର
