Tuesday , August 16 2022
Breaking News
Home / ନିର୍ବାଚନ / ୧୧ ନମ୍ବର ଜେନାନ୍ ରେ ବିଜେଡ଼ିକୁ ଟକ୍କର – ବିଜେପି ଓ କଂଗ୍ରେସ , ତ୍ରୀମୁଖୀ ଲଢ଼େଇ ଯୋରଦାର

୧୧ ନମ୍ବର ଜେନାନ୍ ରେ ବିଜେଡ଼ିକୁ ଟକ୍କର – ବିଜେପି ଓ କଂଗ୍ରେସ , ତ୍ରୀମୁଖୀ ଲଢ଼େଇ ଯୋରଦାର

ଗରଦପୁର, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ୧୧ ନମ୍ବ୧ର ଜିଲା ପରିଷଦ ଜୋନ୍ ରେ ବିଜେଡ଼ି , ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ଲାଗିଛି । ଏହି ତ୍ରୀମୁଖୀ ଲଢ଼େଇ କର ବା ମର ଅବସ୍ଥାକୁ ଯାଇ ପ୍ରାର୍ଥିମାନେ ନିଜ ସପକ୍ଷରେ ଭୋଟ ଜିତିବାକୁ ଲାଗି ପଡ଼ିଛନ୍ତି । ଗତ ୪ ଟା ପଂଚାୟତ ନିର୍ବାଚନରେ ୩ ଥର ବିଜେଡ଼ି ବାଜିମାତ୍ କରିଥିବାବେଳେ ଗତ ଥର ଏହି ଜୋନ୍ ରୁ ବିଜେଡ଼ି କୁ ପରାସ୍ତ କରି ବିଜେପି ଦଲଲ କରିଥିଲା । ଚଳିତ ନିର୍ବାଚନରେ ବିଜେଡ଼ି ଏଠାରୁ ବାଜିମାତ୍ କରିବା ପାଇଁ ନିର୍ବାଚନ ରଣ କୌଶଳ ଜାରି ରଖିଥିବାବେଳେ ଗତ ଥର ପରି ଚଳିତ ଥର ଗଡ଼ ବଂଚାଇବା ପାଇଁ ବିଜେପି ପ୍ରୟାସ କରୁଥିଲାବେଳେ କଂଗ୍ରେସ ମଧ୍ୟ ନିଜର ପ୍ରାର୍ଥି ଦେଇ ବିଜେଡ଼ିକୁ ଚେକ୍ ଦେବାକୁ ପ୍ରଚେଷ୍ଟା ଜାରି ରଖିଛି । ତେବେ ଏହି ଜୋନ୍ ରେ ତ୍ରୀମୁଖୀ ଲଢ଼େଇରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଅବତୀର୍ଣ୍ଣ ହୋଇଛନ୍ତି । ଏହି ଜୋନ୍ ଟି ମହିଳା ଙ୍କ ପାଇଁ ସଂରକ୍ଷିତ ଥିବାରୁ ବିଜେଡ଼ି ରୁ ମଂଜୁବାଳା ଜେନା ,ବିଜେପି ରୁ ଡ଼ଲି ଶତପଥି ଓ କଂଗ୍ରେସ ରୁ ଅନ୍ନପୂର୍ଣ୍ଣା ପୃଷ୍ଟି ନିର୍ବାଚନ ଲଢ଼ୁଛନ୍ତି । ପାଟକୁରା , ପାଖଡ଼, ବେଡ଼ାରୀ , ପଦ୍ମପୁର, କଳାବୁଦା ସମେତ ଗରଦପୁର ପଂଚାୟତ କୁ ନେଇ ଏହି ଜୋନ୍ ଟି ଗଠିତ ହୋଇଛି । ଏହି ଜୋନ୍ ରେ ମୋଟ୍ ୩୭ ହଜାର ୨୮୦ରୁ ଅଧିକ ଭୋଟର ରହିଛନ୍ତି । ଏଠାରେ ବିଜେଡ଼ି ପକ୍ଷରୁ ପ୍ରାର୍ଥି ହୋଇଥିବା ମଂଜୁବାଳା ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଭିନ୍ନ ଜନହିତକର ଯୋଜନା କୁ ପାଥେୟ କରି ନିର୍ବାଚନ ଜିତିବାର ଆଶା ରଖିଛନ୍ତି । ଏମିତି ବି ଶ୍ରୀମତୀ ଜେନା ଙ୍କ ସ୍ୱାମୀ ଭଗବାନ ଜେନା ଜଣେ ସମାଜ ସେବୀ ଭାବରେ ବେଶ୍ ଜଣାଶୁଣା । ଏକ ସ୍ୱେଛାସେବୀ ସଂଗଠନ ମାଧ୍ୟମରେ ଗରଦପୁର, ମହାକାଳପଡ଼ା ସମେତ ମାର୍ଶାଘାଇ ବ୍ଲକ୍ ରେ ବିଭିନ୍ନ ଜନ ହିତକର କାର୍ଯ୍ୟ କରି ଲୋକ ଙ୍କ ଶ୍ରଦ୍ଧା ଭାଜନ ହୋଇଛନ୍ତି । ଅପର ପକ୍ଷରେ ୨୦୧୭ ପଂଚାୟତ ନିର୍ବାଚନରେ ଶ୍ରୀମତୀ ଅହଲ୍ୟା ଲେଙ୍କା ବିଜେପି ଦଳରୁ ଜିଲା ପରିଷଦ ସଦସ୍ୟା ଭାବରେ ନିର୍ବାଚିତ ହୋଇଥିଲେ । ସେ ବିଜେଡ଼ି ପ୍ରାର୍ଥି ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ଦିଲିପ କୁମାର ସାହୁଙ୍କୁ ୪୨୫୦ ଖଣ୍ଡ ଭୋଟ ରେ ପରାସ୍ତ କରିଥିଲେ । କିନ୍ତୁ ଚଳିତ ନିର୍ବାଚନରେ ବିଜେପି ଦଳ ଅହଲ୍ୟା ଲେଙ୍କା ଙ୍କୁ ଟିକେଟ ନଦେଇ ଡ଼ଲି ଶତପଥି ଙ୍କୁ ଦଳିୟ ଟିକେଟ ଦେଇଛନ୍ତି । ଶ୍ରୀମତୀ ଡ଼ଲି ଶତପଥି ପାଟକୁରା ର ପୂର୍ବତନ ବିଧାୟକ ସ୍ୱର୍ଗତ ଚକ୍ରଧର ଶତପଥିଙ୍କର ବୋହୁ । ତେଣୁ ସେ ଶଶୁରଙ୍କ ନାଁ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ କାର୍ଯ୍ୟକ୍ରମ ଉପରେ ନିଜର ଫୋକସ ରଖି ନିର୍ବାଚନ ଜିତିବା ପ୍ରୟାସ କରିଛନ୍ତି । ସେହିପରି କଂଗ୍ରେସ ଦଳରୁ ଅନ୍ନପୂର୍ଣ୍ଣା ପୃଷ୍ଟି ଙ୍କୁ ଦଳିୟ ଟକେଟ ପ୍ରଦାନ କରାଯାଇଛି । ତାଙ୍କ ବାପଘର ଓ ଶାଶୁ ଘର ଏହି ଜୋନ୍ ମଧ୍ୟରେ ରହିଛି । ତାଙ୍କ ସ୍ୱାମୀ ସଂଗ୍ରାମ ପୃଷ୍ଟି ଦୀର୍ଘ ବର୍ଷ ହେବ କଂଗ୍ରେସ ଦଳରେ ସାମିଲ ହୋଇ ବିଭିନ୍ନ ପଦ ପଦବୀ ରେ ରହି ଦଳ ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଚଳିତ ନିର୍ବାଚନରେ ଏହି ଜୋନ୍ ରେ ବିଜେଡ଼ି ଓ ବିଜେପି ଦଳରେ ଥିବା ଅନ୍ତଦ୍ୱର୍ନ୍ଦ କାରଣରୁ ଏହାର ଫାଇଦା କୁ ନିଜ ସପକ୍ଷରେ ନେଇ ଶ୍ରୀମତୀ ପୃଷ୍ଟି ନିର୍ବାଚନ ରେ ବିଜୟୀ ହେବା ଆଶା ରଖିଛନ୍ତି । ଉଲେଖନୀୟ ଏହିକି ଏହି ଜୋନ୍ ରେ ଥିବା ୬ ଟି ଯାକ ପଂଚାୟତରେ ବିଜେଡ଼ି ଅନୁଗତ ଏକାଧିକ ସରପଂଚ ଓ ସମିତି ସଭ୍ୟପ୍ରାର୍ଥି ମାନେ ଲଢ଼ୁଥିବାବେଳେ ବିଜେପି ଦଳର ନେତୃତ୍ୱ ସଂକଟ ଦୁଇ ଦଳର ପ୍ରାର୍ଥି ଙ୍କୁ କଂଟା ହୋଇଛି । ତେବେ ଏସବୁ ମଧ୍ୟରେ ପ୍ରାର୍ଥି ମାନେ ନିଜ ନିଜ ଦଳର ଅସନ୍ତୁଷ୍ଟ କର୍ମୀ ମାନଙ୍କୁ ମନାଇ ସେମାନଙ୍କ ସପକ୍ଷରେ ନେବାର କସରତ୍ କରି ଚାଲିଛନ୍ତି । ଏଥି ସହିତ ଘରକୁ ଘର ବୁଲି ଭୋଟର ମାନଙ୍କୁ ଭେଟି ନିଜ ପୁସିଂ କାର୍ଡ଼ ପ୍ରଦାନ କରି ନିର୍ବାଚନ ଚିହ୍ନ ଭୋଟର ଙ୍କୁ ଚିହ୍ନାଇ ଭୋଟରଙ୍କ ମନ ଜିଣିବାରେ ଲାଗି ପଡ଼ିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁଅ ଲୋକରଞ୍ଜନଙ୍କୁ ଲଞ୍ଚ କରାଇଲେ କି ସାଂସଦ ଭତୃହରି ମହତାଵ ?

କଟକ ସଦର,୧୧/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ‘ ପ୍ରଜାତନ୍ତ୍ର ‘ ର ୭୫ତମ ଵର୍ଷ ପୂର୍ତ୍ତି କାର୍ୟ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ …

Leave a Reply

Your email address will not be published.