କେନ୍ଦ୍ରାପଡ଼ା, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଂଚାୟତରେ ସରପଂଚ ପ୍ରାର୍ଥୀ ହୋଇଥିବା ସୁଭଦ୍ରା ରାଉତ ପଂଚାୟତର ପ୍ରତ୍ୟେକ ଗ୍ରାମରେ ଘର ଘର ବୁଲି ପ୍ରଚାର ଚଳାଇଛନ୍ତି । ସୁଭଦ୍ରାଙ୍କ ସ୍ୱାମୀ ବସନ୍ତ କୁମାର ରାଉତ ସେହି ପଂଚାୟତର ସରପଂଚ ଥିବା ସମୟରେ ପଂଚାୟତର ଅନ୍ତାଲୋ, ଚକ୍ରୋଡା, ନରିଲୋ, ତରାପୁର ପ୍ରଭୃତି ଗ୍ରାମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଲୋକମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରିଥିବା ବେଳେ କନ୍ତିଆ ଗ୍ରାମରେ ସେହି ପ୍ରକଳ୍ପ ହେବା ପାଇଁ ଟେଣ୍ଡରେ ପ୍ରକ୍ରୀୟାକୁ ଯାଇଛି । ଏହାବ୍ୟତିତ ତରାପୁର, ମାଗୁରାଗଣ୍ଡପାଟଣା, ନରିଲୋ ପ୍ରଭୃତି ଗ୍ରାମରେ ମଡେଲ ସ୍କୁଲ ନିର୍ମାଣ ସହ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ କରାଯାଇଛି । ପଂଚାୟତରେ ଆଲୋକୀକରଣ ବ୍ୟବସ୍ଥା ମଧ୍ୟ ସବୁ ଗ୍ରାମରେ କରାଯାଇଛି । ବହୁ ଦିନର ସମସ୍ୟା ଥିବା ବସପୁର- ଓରସକା ଆର.ଡି. ରାସ୍ତା ଓ କନ୍ତିଆ ଗ୍ରାମ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏତଦବ୍ୟତିତ ପଂଚାୟତରେ ପାର୍କ ଓ ପାଠାଗାର ସମେତ ବହୁ ଜନହିତକାର କାର୍ଯ୍ୟ କରାଯାଇଛି । ପଂଚାୟତରେ ହୋଇଥିବା ଏହିସବୁ ବିକାଶ କାର୍ଯ୍ୟକୁ ନେଇ ସୁଭଦ୍ରା ଲୋକଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରୁଛନ୍ତି । ଓଡ଼ିଶା ସମାଚାର