Tuesday , August 9 2022
Breaking News
Home / ନିର୍ବାଚନ / ୨୮ ନମ୍ବର ଜୋନ୍ ଜିଲା ପରିଷଦ ପ୍ରାର୍ଥିନୀ ଙ୍କ ଘରକୁ ଘର ବୁଲି ଭୋଟ ପ୍ରଚାର

୨୮ ନମ୍ବର ଜୋନ୍ ଜିଲା ପରିଷଦ ପ୍ରାର୍ଥିନୀ ଙ୍କ ଘରକୁ ଘର ବୁଲି ଭୋଟ ପ୍ରଚାର

ନିଶ୍ଚିନ୍ତକୋଇଲି, ୦୨/୦୨/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧିନରେ ଥିବା ୨୮ ନମ୍ବର ଜୋନ୍ ବିଜେଡ଼ି ଜିଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି ନିଜର ପ୍ରଚାର ଅଭିଯାନ ଯୋରଦାର କରିଛନ୍ତି । ଏହି ପ୍ରଚାର ଅଭିଯାନରେ ଆଜି ସେ ସିର୍ଲୋ ପଂଚାୟତ ଗସ୍ତ କରି ବଙ୍କଳ, ରାଧାନଗର, ବ୍ରାହ୍ମଣଖଣ୍ଡ, ପାଳସାହି ଆଦି ଗ୍ରାମରେ ଘରକୁ ଘର ବୁଲି ପୁସିଂ କାର୍ଡ଼ ବାଂଟିବା ସହିତ ପ୍ରତ୍ୟେକ ଭୋଟର ବ୍ୟକ୍ତି ବିଶେଷଙ୍କ ଠାରୁ ଆଶିର୍ବାଦ ଓ ଭୋଟ ଭିକ୍ଷା କରିଛନ୍ତି । ସେ ନିଯେ ଗୃହିଣୀ ହୋଇଥିବାବେଳେ ଲୋକମାନଙ୍କ ସେବା କରିବା ପାଇଁ ନିର୍ବାଚନ ମଇଦାନରେ ପ୍ରବେଶ କରିଥିବାବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହି ପ୍ରଚାର ଅଭିଯାନରେ ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ପଂଚାୟତ ସଭାପତି କୌସର ଅଲୀ, ଜିଲା ବିଜେଡ଼ି ଉପ ସଭାପତି ମନୋଜ କୁମବାର ମହାନ୍ତି , ବିଭୂତି ଭୂଷଣ ମଲ ପ୍ରମୁଖ ସାମିଲ ଥିଲେ । ସୂଚନା ଯୋଗ୍ୟ କି ଏହି ଯୋନ୍ ରେ ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ସିର୍ଲୋ, ମାଣପୁର, ଇସାଣୀବରହମପୁର, ପଂଚାୟତର ୩୨ ହଜାର ଭୋଟର ନିଜର ଜିଲା ପରିଷଦ ପ୍ରାର୍ଥି ଚୟନ କରିବାକୁ ଥିବାବେଳେ ଏଠାରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି । ବିଜେପି ପ୍ରାର୍ଥିନୀ ଭାବେ ଶ୍ରୀମତୀ ଜିନିଲତା ଦାସ ନିର୍ବାଚନ ଲଢ଼ୁଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.