Saturday , August 13 2022
Breaking News
Home / ବିଶେଷ / ସ୍ୱର୍ଗତ ଦେବେନ୍ଦ୍ର ଙ୍କ ଶୋକାକୂଳ ପରିବାରକୁ ଶାନ୍ତ୍ୱନା ଦେଲେ ବିଜୟ ମହାପାତ୍ର

ସ୍ୱର୍ଗତ ଦେବେନ୍ଦ୍ର ଙ୍କ ଶୋକାକୂଳ ପରିବାରକୁ ଶାନ୍ତ୍ୱନା ଦେଲେ ବିଜୟ ମହାପାତ୍ର

ଗରଦପୁର, ୦୨/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମର ସମାଜସେବୀ ଦେବେନ୍ଦ୍ର ନାଥ ମହାନ୍ତି (୬୫) ଙ୍କର ହୃଦାଘାତରେ ବିୟୋଗ ଘଟିଥିଲା ସେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କର ଜଣେ ଘନିଷ୍ଠ ଅନୁଗତ ଥିଲେ । ତାଙ୍କର ଏଭଳି ଆକସ୍ମିକ ବିୟୋଗ ଖବର ପାଇ ଶ୍ରୀ ମହାପାତ୍ର ଗଭୀର ଶୋକ ପ୍ରକାଶ କରିଥିଲେ । ଆଜି ସନ୍ଧ୍ୟାରେ ଶ୍ରୀ ମହାପାତ୍ର ସ୍ୱର୍ଗତ ଦେବେନ୍ଦ୍ର ଙ୍କ ଘରେ ପହଂଚି ଶୋକାକୂଳ ପରିବାରକୁ ସମବେଦନା ଓ ଶାନ୍ତ୍ୱନା ଜଣାଇଥିଲେ । ଶ୍ରୀ ମହାପାତ୍ର ସ୍ୱର୍ଗତ ଦେବେନ୍ଦ୍ର ଙ୍କ ବଡ଼ ଭାଇ ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ଼କ୍ଟର ଅମରେନ୍ଦ୍ର ନାଥ ମହାନ୍ତି, ଦେବେନ୍ଦ୍ର ଙ୍କ ପତ୍ନୀ ଓ ଏକମାତ୍ର ପୁତ୍ର ଦିନେଶ ମହାନ୍ତିଙ୍କୁ ଭେଟି ସମବେଦନା ଜଣାଇବା ସହିତ ଧର୍ଯ୍ୟ ଧରିବାକୁ କହିବା ସହିତ ଦେବେନ୍ଦ୍ର ଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ଶ୍ରୀ ମହାପାତ୍ର ଙ୍କ ସହିତ ଶତୃଘ୍ନ ମଲିକ୍, ସରୋଜ କୁମାର ବେଉରା, ପିତାମ୍ବର ପରିଜା,ସୁକାନ୍ତ ନାୟକ,ପ୍ରତାପ ମହାନ୍ତି,ଅମୂଲ୍ୟ ସ୍ୱାଇଁ, ଅକ୍ଷୟ ବାରିକ,ଅମ୍ବିକା ମହାନ୍ତି,ହେମନ୍ତ ବରାଳ,ପ୍ରଫୁଲ ସିଂ, ପ୍ରଭାକର ନାୟକ, ସ୍ୱରୂପ ମହାନ୍ତି ପ୍ରମୁଖ ସାମିଲ ହୋଇ ସ୍ୱର୍ଗତ ଦେବେନ୍ଦ୍ର ମହାନ୍ତି ଙ୍କ ଶୋକାକୂଳ ପରିବାରକୁ ଶାନ୍ତ୍ୱନା ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.