Saturday , August 13 2022
Breaking News
Home / କ୍ରୀଡ଼ା / ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବ୍ରହ୍ମଣୀଗୁଡ଼ା କୁ ହରାଇ ଜେ.ଡି.ସି.ସି ଫାଇନାଲରେ

ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବ୍ରହ୍ମଣୀଗୁଡ଼ା କୁ ହରାଇ ଜେ.ଡି.ସି.ସି ଫାଇନାଲରେ

ଜୁନାଗଡ଼, ୦୨/୦୨/୨୦୨୨(ଓଡିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ଜୟ ଦୁର୍ଗା କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ଭୈରବ ଖେଳ ପଡିଆ ଠାରେ ଗତ ଜାନୁଆରୀ ୧୦ତାରିଖରେ ଏକ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତାର ସେମି ଫାଇନାଲରେ ଆଜି ବ୍ରହ୍ମଣୀ ଗୁଡା ଲକ୍ଷ୍ମୀ ଇଲେଭେନ ଏବଂ ଜୁନାଗଡ଼ ଜେ ଡି ସି ସି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଖେଳ ରେ ଜୁନାଗଡ଼ ଜେ ଡି ସି ସି ବିପକ୍ଷ ଦଳ ବ୍ରହ୍ମଣୀଗୁଡ଼ା ଇଲେଭେନ କୁ ପରାସ୍ତ କରି ଫାଇନାଲରେ ପହଞ୍ଚି ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୁନାଗଡ଼ ଏନ ଏ ସି ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ଆଇନଜୀବୀ ହିମାଂଶୁ ଶେଖର ବରାଡ଼ ଏବଂ ସାମ୍ବାଦିକ ବିଭୁ ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ । ବିଜେତା ଦଳକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଆଜିର ଟ୍ରଫି ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

୨୫ତମ ପ୍ରତିଷ୍ଠା ଦିବସ ଅବସରରେ ବିଜେଡିର ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍- – –

ଛାତ୍ର-ଯୁବ ବିଜେଡିକୁ ୨-୧ରେ ହରାଇଲା ବିଧାୟକ ଏକାଦଶ ଭୁବନେଶ୍ୱର,୨୫ /୦୭/୨୦୨୨(ଓଡ଼ିଶା ସମାଚାର)-  ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠାର ୨୫ …

Leave a Reply

Your email address will not be published.