Tuesday , August 9 2022
Breaking News
Home / ବିଶେଷ / ବନ୍ଧୁକ ମୁନରେ ଅପହୃତ ଛାତ୍ର ଉଦ୍ଧାର, ୩ ଅପହରଣକାରୀ ଗିରଫ, କାର୍, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ

ବନ୍ଧୁକ ମୁନରେ ଅପହୃତ ଛାତ୍ର ଉଦ୍ଧାର, ୩ ଅପହରଣକାରୀ ଗିରଫ, କାର୍, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ

ଭୁବନେଶ୍ୱର , ୦୨/୦୨/୨୦୨୨ (ଓଡ଼ିଶା ସମାଚାର)- ବନ୍ଧୁକ ମୁନରେ ଅପହରଣ କରାଯାଇଥିବା ଛାତ୍ର ଙ୍କୁ ପୁଲିସ ଉଦ୍ଧାର କରିବା ସହିତ ୩ ଅପହରଣକାରୀଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ୨୧ ବର୍ଷର ପୁଅ ପ୍ରତିଦିନ ସନ୍ଧ୍ୟାରେ ଝାରପଡ଼ା ନିକଟ ଏକ ଓମଫେଡ୍ ବୁଥ୍ କୁ ଚା’ ପିଇବାକୁ ଆସନ୍ତି । ସେ ଜଣେ ବିବିଏ ଛାତ୍ର । ଏବେ ଅନଲାଇନ୍ ରେ କ୍ଲାସ ହେଉଥିବାରୁ ବେଙ୍ଗାଲୁରୁ ରୁ ଆସି କଟକ ରୋଡ଼ରେ ଥିବା ଘରେ ରହି ଅନଲାଇନ୍ ରେ କ୍ଲାସ କରୁଛନ୍ତି । ଗତକାଲି ସନ୍ଧ୍ୟାରେ ସେ ଓମଫେଡ଼ ବୁଥ କୁ ଚା ପିଇବାକୁ ଆସିବା ସମୟରେ ତାଙ୍କୁ ବନ୍ଧୁକ ଦେଖାଇ ଅପହରଣ କରାଯାଇଥିଲା । ପରେ ତାଙ୍କ ଘରକୁ ଫୋନ୍ କରି ଅପହରଣକାରୀମାନେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନଦେଲେ ପୁଅର ଶବ ପାଇବ ବୋଲି ସୂଚାଇ ଦେଇଥିଲେ । ଏନେଇ ଛାତ୍ରଙ୍କ ବାପା ତୁରନ୍ତ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଛାତ୍ରଙ୍କୁ ଉଦ୍ଧାର କରିବାକୁ ସ୍ପେସାଲ ସ୍କ୍ବାଡ୍ ସମେତ ୩ଟି ସ୍ବତନ୍ତ୍ର ଟିମ୍ ଛାନ୍ଭିନ୍ ଆରମ୍ଭ କରିଥିଲେ।ଲକ୍ଷ୍ମୀସାଗର, ସହିଦନଗର ଓ ଖାରବେଳନଗର ଥାନା ଆଇଆଇସି ଏହି ସ୍ବତନ୍ତ୍ର ଟିମ୍ ପରିଚାଳନା କରିଥିଲେ । ପୁଲିସ ପ୍ରଥମେ ଓମ୍ଫେଡ୍ ଷ୍ଟଲ୍କୁ ଯାଇ ଛାତ୍ରଙ୍କ ସ୍କୁଟି ଜବତ କରିବା ସହ ଘଟଣାସ୍ଥଳରେ ପଚରାଉଚରା କରିଥିଲା। ଏହା ପରେ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରି ଖୋଳତାଡ଼ କରିଥିଲା। ଅପହର୍ତ୍ତାମାନେ କଲ୍ କରିଥିବା ମୋବାଇଲ ଫୋନ୍କୁ ଟ୍ରାକିଂ କରି ସେମାନଙ୍କ ନିକଟରେ ପହଞ୍ଚି ଯାଇଥିଲେ। ପୁଲିସ ଠିକଣା ସମୟରେ ୩ ଅପହରଣକାରୀଙ୍କୁ କାବୁ କରିବା ସହ ଅପହୃତ ଛାତ୍ରଙ୍କୁ ଉଦ୍ଧାର କରିଛି। ଦୁର୍ବୃତ୍ତମାନଙ୍କଠାରୁ ଏକ କାର୍, ମାରଣାସ୍ତ୍ର, ମୋବାଇଲ ଫୋନ୍ ଜବତ କରାଯାଇଛି। ଅପହର୍ତ୍ତାମାନେ ମଧ୍ୟ ଉକ୍ତ ଓମଫେଡ୍ ବୁଥ୍ କୁ ନିୟମିତ ଆସୁଥିବା ଜଣାପଡ଼ିଛି। ତେଣୁ ଛାତ୍ରଙ୍କ ଉପରେ ନଜର ରଖି ତାଙ୍କୁ ଟାର୍ଗେଟ୍ କରିଥିଲେ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ପୁଲିସ ଏ ସଂକ୍ରାନ୍ତରେ ଅଧିକ ତଥ୍ୟ ପ୍ରଦାନ କରିନାହିଁ। ସାମ୍ବାଦିକ ସମ୍ମିଳନୀରେ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.