Tuesday , August 9 2022
Breaking News
Home / କ୍ରୀଡ଼ା / ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ରେ  ଜୁନାଗଡ଼ର ସମୀର ଓ ରାକେଶଙ୍କ କୃତିତ୍ୱ

ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ରେ  ଜୁନାଗଡ଼ର ସମୀର ଓ ରାକେଶଙ୍କ କୃତିତ୍ୱ

ଜୁନାଗଡ଼, ୦୨/୦୨/୨୦୨୨(ଓଡିଶା ସମାଚାର /ରାକେଶ ବେମାଲ )- ଓଡ଼ିଶା ଓପନ୍ ସୁପର ୧୦୦, ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିଅମ ଠାରେ ଉଦଯାପିତ ହୋଇଯାଇଛି । କୋଭିଡ଼ର ଭୟାବହତା ଭିତରେ ଶୃଙ୍ଖଳିତ ଏବଂ ସଫଳତାର ସହିତ ଓଡ଼ିଶା ସରକାର ଏହି ପ୍ରତିଯୋଗୀତା ଗତ ୨୫ତାରିଖରୁ ଆରମ୍ଭ କରି ୩୦ ତାରିଖରେ ସମାପନ କରିଛନ୍ତି । ଏହି ବ୍ୟାଡ଼ମିଣ୍ଟନ ପ୍ରତିଯୋଗୀତାରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ର ଦୁଇ ଯୁବପ୍ରତିଭା ସମୀର ସାହୁ ଏବଂ ରାକେଶ ବେମାଲ ଟେକ୍ନିକାଲ୍ ଅଫିସିଆଲ ଦାୟିତ୍ୱ ନିର୍ବାହ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଦୁଇ ଚମତ୍କାର ବ୍ୟାଡ଼ ମିଣ୍ଟନ ଖେଳାଳୀ ଏହି ପ୍ରତିଯୋଗୀତାରେ ଅଫିସିଆଲ ଦାୟିତ୍ୱ ନିର୍ବାହ ପାଇଁ ତାଲିମ ନେବା ସହିତ ନିଜର ଦକ୍ଷତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେଇଛନ୍ତି ।   ସଂପ୍ରତି ଅନ୍ତର୍ଜାତୀୟ ବ୍ୟାଡ଼ ମିଣ୍ଟନରେ ଟେକ୍ନିକାଲ ଅଫିସିଆଲ ଭାବରେ ଦାୟିତ୍ୱ ସଂପାଦନ କରିଥିବାରୁ  ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବ୍ୟାଡ଼ମିଣ୍ଟନ ଆସୋସିଏନ୍ କାର୍ୟ୍ୟ କାରି ସଭାପତି ସୋରଜ ପଣ୍ଡା,ଭବାନୀ ଶଙ୍କର ନିଆଲ, ହିମାଂଶୁ ବରାଡ,ମାନସ ସାହୁ, କଳିନ୍ଦ୍ରୀ ପାଣିଗ୍ରାହୀ, ମହେଶ ସାହୁ, ପ୍ରଭୁଦତ୍ତ ପଣ୍ଡା, ସୋରଜ ଭୋଇ, ସନ୍ଦୀପ ସାହୁ, ନୀତିଶ ମହାପାତ୍ର, ସୁଜିତ ସାହୁ,ଚକ୍ର ଧର ବାଗ,ପ୍ରମୁଖ ଉଭୟ କୃତି କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।ଓଡ଼ିଶା ସମାଚାର

About admin

Check Also

ଡାଇମଣ୍ଡ କିକ୍ ବକ୍ସିଂ କ୍ରୀଡ଼ାବିତ୍ ଙ୍କ କୋଲକତା ଗସ୍ତ

ଢେଙ୍କାନାଳ, ୧୯ /୦୭/୨୦୨୨(ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲାର ଡାଇମଣ୍ଡ କିକ୍ ବକ୍ସିଙ୍ଗ୍ ଛାତ୍ରୀମାନେ ପଶ୍ଚିମବଙ୍ଗ କୋଲକତା ବେହାଲ୍ ର ସତ୍ୟଜିତ୍ …

Leave a Reply

Your email address will not be published.