ମାହାଙ୍ଗା,୦୨/୦୨/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ଚଳିତପଞ୍ଚାୟତ ନିର୍ବାଚନ ରେ ବହୁ ସାମ୍ବାଦିକ କିମ୍ବା ତାଙ୍କ ପତ୍ନୀଙ୍କୁ ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ସାମ୍ବାଦିକତା ବୃତ୍ତି ଭିତରେ ରହି ସାହିତ୍ୟ ସାଧନା ଓ ସମାଜସେବା କ୍ଷେତ୍ରରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ସୁପ୍ରଭା ସାମଲ ଚଳିତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରି ଏବେ ଚର୍ଚ୍ଚାରେ ଅଛନ୍ତି । ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ ୧୩ ଟି ୱାର୍ଡକୁ ନେଇ ଗଠନ କରାଯାଇଛି । ଏହି ପଞ୍ଚାୟତରେ ୩୭୮୩ ମତଦାତା ରହିଥିବା ଜଣାପଡିଛି । ଚଳିତ ନିର୍ବାଚନରେ ସରପଞ୍ଚ ଓ ସମିତିସଭ୍ୟା ପଦବୀ ପାଇଁ ୮ଜଣ ମହିଳା ମନୋନୟନ ପତ୍ର ଦାଖଲ କରିବା ଦେଖିବାକୁ ମିଳିଥିଲା । ତେବେ ସୁପ୍ରଭାଙ୍କ ଭଳି ଜଣେ ମହିଳା ସାମ୍ବାଦିକ ଗାଁ ରାଜନୀତିରେ ପ୍ରତ୍ୟକ୍ଷ ଭାବରେ ସାମିଲ ହୋଇ ତଳ ସ୍ତରରେ ପଡିରହିଥିବା ଲୋକମାନଙ୍କ ହକ ପାଇଁ ଅଣ୍ଟା ଭିଡି ଥିବାରୁ ତା’ଙ୍କୁ ସବୁ ସ୍ତରରୁ ସମର୍ଥନ ମିଳିପାରୁଛି ବୋଲି ଚର୍ଚ୍ଚା ହେଉଛି । କେବଳ ଟେଲିଭିଜନ କିମ୍ବା ଖବର କାଗଜ ମାଧ୍ୟମରେ ଲୋକଙ୍କ ସମସ୍ୟା ସମାଧାନ ଏକମାତ୍ର ରାସ୍ତା ନୁହେଁ, ବରଂ ସିଧା ସଳଖ ଗାଁ ର ସାଧାରଣ ଲୋକଙ୍କ ମୌଳିକ ଅଧିକାର ପାଇଁ ପଞ୍ଚାୟତରୁ ପ୍ରତିନିଧିତ୍ୱ କରିବା ଦରକାର ବୋଲି ସୁପ୍ରଭା ଏଭଳି ନିଷ୍ପତ୍ତି ନେଇଥିବା ଆମ ପ୍ରତିନିଧିଙ୍କୁ କହିଥିଲେ । ସୁପ୍ରଭାଙ୍କ ଶ୍ୱଶୁର ଡାକ୍ତର ପ୍ରଭୁପଦ ମହାନ୍ତି କୁହୁଣ୍ଡା ପଞ୍ଚାୟତର ପ୍ରତିଷ୍ଠାତା ତଥା ପ୍ରଥମ ସରପଞ୍ଚ ଭାବେ ବହୁ ବିକାଶ ମୂଳକ କାର୍ୟ୍ୟ କରିଥିବାରୁ, ରାଜନୀତିରେ ସେ ତାଙ୍କର ଆଦର୍ଶ ବୋଲି ସୁପ୍ରଭା କହିଥିଲେ । କେବଳ ସେତିକି ନୁହେଁ ସୁପ୍ରଭାଙ୍କ ସ୍ୱାମୀ ଅଖିଳେଶ ମହାନ୍ତି ମଧ୍ୟ ଜଣେ ଟେଲିଭିଜନ ସାମ୍ବାଦିକ ଓ ଜଣାଶୁଣା ସାମାଜିକ କର୍ମୀ । ଗାଁ ଏବଂ ୱାର୍ଡର ବିକାଶ ସହିତ ଏକ ଦୁର୍ନୀତି ମୁକ୍ତ ସଶକ୍ତ ପଞ୍ଚାୟତ ଗଠନ ପାଇଁ ସୁପ୍ରଭା ସମିତିସଭ୍ୟା ଭାବେ ଭୋଟ ଲଢୁଥିବା ସୂଚନା ଦେଇଛନ୍ତି ।
କୁହୁଣ୍ଡା ପଞ୍ଚାୟତର ଅନେକ ଗାଁକୁ ପକ୍କା ରାସ୍ତାଟିଏ ନଥିବା ବେଳେ, ଭୂତଳ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ସବୁ ଗାଁ କୁ ଯୋଡିବାକୁ ପଡିବ ବୋଲି ସେ କହିଛନ୍ତି । ଏହି ପଞ୍ଚାୟତରେ ଆଜିବି ବହୁ ଗରୀବ ପରିବାର କଚା ଘରେ ରହୁଥିବା ବେଳେ, ବର୍ଷ ବର୍ଷ ଧରି ଭୂମିହୀନ ଆଦିବାସୀ ଲୋକମାନଙ୍କୁ ସ୍ଥାୟୀ ଜମିପଟ୍ଟା ମିଳି ପାରୁନାହିଁ । ପକ୍କାଘର ଏବଂ ପିଇବା ପାଇଁ ପାଣିରୁ ଏମାନେ ବଂଚିତ ରହୁଥିବା ଅଭିଯୋଗ ହୋଇଆସୁଛି । ସେମାନଙ୍କୁ କିପରି ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇପାରିବ, ସେକଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରଭା ଅନୁଭବ କରିବାରୁ ଗାଁ’ ରାଜନୀତିରେ ସିଧାସଳଖ ନିଜକୁ ସାମିଲ କରିବାକୁ ନିଷ୍ପତ୍ତି ନେବାକୁ ପଡିଲା ବୋଲି କହିଛନ୍ତି । ପ୍ରତି ଗାଁ ରେ ଏବଂ ୱାର୍ଡ ଗୁଡିକରେ ସୁପ୍ରଭାଙ୍କୁ ଆଶାତୀତ ସମର୍ଥନ ଦେଖିବାକୁ ମିଳୁଛି । ସାହିତ୍ୟ ସହ ସାମ୍ବାଦିକତା ଓ ସମାଜସେବାରୁ ସିଧାସଳଖ ଗାଁ ରାଜନୀତି ଭିତରକୁ ସୁପ୍ରଭାଙ୍କ ଭଳି ପ୍ରତିଭା ସମ୍ପନ୍ନ ମହିଳା ମାନଙ୍କ ପ୍ରବେଶ ବାସ୍ତବରେ ପ୍ରଶଂସନୀୟ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ସମିତିସଭ୍ୟ ରାଧାନାଥ ରାଉତ, ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା, ପୂର୍ବତନ ସରପଞ୍ଚ ସୁବାଷ ବେହେରା, ପୂର୍ବତନ ସରପଞ୍ଚ ମନୋରମା ମହାନ୍ତି, ପ୍ରାକ୍ତନ ସରପଞ୍ଚ ଶରତ ବେହେରା, ନାୟାବ ସରପଞ୍ଚ ରମାକାନ୍ତ ପଣ୍ଡା, ନିତ୍ୟାନନ୍ଦ ସେଠୀ,ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ୱାର୍ଡସଭ୍ୟ ହେମନ୍ତ ମହାନ୍ତି, ବିଭୁଦତ୍ତ ମହାନ୍ତି,ତାରାକାନ୍ତ ମହାନ୍ତି,ନିତ୍ୟାନନ୍ଦ ବିହାରୀ,ସୁନାକର ନାୟକ, ଭରତ ନାୟକ, ନିତ୍ୟାନନ୍ଦ ସାହୁ, ଚନ୍ଦ୍ରମଣି ଦାଶ, ମୂଷିବର ପଲେଇ,ସୁନାକାର ବେହେରା, ରବୀନ୍ଦ୍ର ଦାସ, ଭାଗ୍ୟଧର ବେହେରା,ବିଶ୍ୱନାଥ ପଲେଇ,ମନୋଜ ଦାସ, ଅଞ୍ଜନ ବେହେରା, ଅମୂଲ୍ୟ ପଲେଇ, ଚିନ୍ମୟ ସାମଲ,ଅମ୍ବୁଜ ସାମଲ, ଗଜେନ୍ଦ୍ର ସାମଲ,ନକୁଳି ଘଡେଇ, ଛାତ୍ରନେତା ରଞ୍ଜନ ପୃଷ୍ଟି, ଦୁର୍ଗାମାଧବ ମହାନ୍ତି, ସୁଧାଂଶୁ ପାଣି,ଦୀପକ ଦାସ, ଦିଲୀପ ବାରିକ, ସଂଖ୍ୟାଲଘୁ ନେତା ସେକ ଅଫସର ତୁଲ୍ଲା, ଜମିରୁଦ୍ଦିନ ଖାଁ, ମୋହିଉଦ୍ଦିନ ଖାଁ,ମନିରୁଦ୍ଦିନ ଖାଁ,ରାଜେନ୍ଦ୍ର ପଣ୍ଡା, ଅବଦୁଲ ମନାନ,ସମସର ଖାଁ,ଯଦୁନାଥ ବେହେରା, ମଧୁସୂଦନ ବେହେରା, ନଟବର ମହାନ୍ତି,ସୁଧୀର ମହାନ୍ତି, ନୃସିଂହ ସାମଲ, ବାବାଜୀ ମହାନ୍ତି,ରଘୁନାଥ ମହାନ୍ତି,ପୁନାନନ୍ଦ ମହାନ୍ତି, ଭାଗ୍ୟଧର ମହାନ୍ତି, ଜୟଦେବ ମହାନ୍ତି, ଚନ୍ଦ୍ରମଣି ମହାନ୍ତି, ଦର୍ଶନ ବେହେରା, ସୁଶାନ୍ତ ଦାସ,ସୁଧୀର ସାହୁ, ମହେନ୍ଦ୍ର ଦାସ,ଅରକ୍ଷୀତ ଦାସ, ପ୍ରଫୁଲ୍ଲ ଜେନା, ଜଟ ସେଠୀ, ନଟ ସେଠୀ, ଦିବାକର ସେଠୀ, ରଂଜିତ ଦାସ,ରବୀନ୍ଦ୍ର ସେଠୀ,ନିମାଇଁ ବେହେରା,ଗୋବିନ୍ଦ ସାହୁ, କାର୍ତ୍ତିକ ବିହାରୀ, ଗଦାଧର ସାହୁ, ଅଂକୁର ବେହେରା,ବିଭୁତି ଦାସ, ମାୟାଧର ସାହୁ, ବିଜୟ ଦାଶ, ସିଦ୍ଧେଶ୍ୱର ବେହେରା,ବାସବ ବେହେରା,ଅଜୟ ନାୟକ, ରବୀନ୍ଦ୍ର ସାହୁ, ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତିମାନେ ସୁପ୍ରଭାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଦେବାସହ, ପଞ୍ଚାୟତର ପ୍ରଗତି ପାଇଁ ତାଙ୍କଭାଳି ନିସ୍ଵାର୍ଥପର ମହିଳା ସାମ୍ବାଦିକଙ୍କୁ ସୁଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି । ଓଡ଼ିଶା ସମାଚାର
