Saturday , August 13 2022
Breaking News
Home / ତାଜା ଖବର / ବିଦେଶି ମଦ ସହ ଗାଡ଼ିକୁ ଲୁଟିନେଇଥିବା ଘଟଣାର ପର୍ଦ୍ଧାଫାସ , ଲୁଟ ମଦ ଜବତ, ୫ ଗିରଫ

ବିଦେଶି ମଦ ସହ ଗାଡ଼ିକୁ ଲୁଟିନେଇଥିବା ଘଟଣାର ପର୍ଦ୍ଧାଫାସ , ଲୁଟ ମଦ ଜବତ, ୫ ଗିରଫ

କଟକ,୦୧/୦୨/୨୦୨୨ (ଓଡ଼ିଶା ସମାଚାର/ଦେବାଶିଷ ରଥ)- ଗତ ଜାନୁଆରୀ ୨୭ ତାରିଖ ରାତି ୯ଟା ୫୦ ସମୟରେ କଟକ ଜିଲା ଟାଙ୍ଗି ଥାନା ତରତ ର ମନୋଜ ପ୍ରତାପ (୪୬) ନାମକ ବ୍ୟକ୍ତି ଜଗତପୁର ଥାନାରେ ଏକ ଅଭିଯୋଗ କରିଥିଲେ କି ସାଢ଼େ ୭ ଟା ବେଳେ ତାଙ୍କ ମହେନ୍ଦ୍ରା ପିକଅପ୍ ବୋଲେରୋ ଗାଡ଼ିରେ ୧୬୭ କେସ୍ ଓ ୬ ବୋତଲ ବିଦେଶି ମଦ (୧୨,୭୪,୬୫୫ ମୂଲ୍ୟ) ନିର୍ଗୁଣ୍ଡି ଡ଼ିପୋରୁ ନିଆଳି ରିଟେଲ ସପ୍ କୁ ନେଉଥିବାବେଳେ ଜାତୀୟ ରାଜପଥର ବିରୂପା ପୋଲ ନିକଟରେ ନୂଆସାହି ଠାରେ ୬ ଜଣ ଅଜଣା ଦୁର୍ବୃତ ଗାଡ଼ିକୁ ଅଟକାଇ ମଦ ବୋଝେଇ ଗାଡ଼ିକୁ ଲୁଟିନେଇଥିଲେ । ଗାଡ଼ିର ଚାଳକ ଓ ସହାୟକ ଙ୍କ ହାତ ଗୋଡ଼ ବାନ୍ଧିପକାଇ ଅପହରଣ କରିନେଇ ନିର୍ଯ୍ୟାତନା ଦେଇଥିଲେ । ତଦନ୍ତ ସମୟରେ ଅପହୃତ ଗାଡ଼ିର ସହାୟକ ଲକ୍ଷ୍ମୀଧର ପ୍ରଧାନ କୁ ଉଦ୍ଧାର କରାଯିବା ସହିତ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଂଚଳର ମନ୍ଦୁକା ରୁ ପିକଅପ୍ ଭ୍ୟାନ୍ କୁ ଜବତ କରାଯାଇଥିଲା । ତଦନ୍ତ ବେଳେ ଡ଼୍ରାଇଭର ଗୋପାନ ଆଲିଆସ ମଙ୍ଗଳ ପିଙ୍ଗୁଆ ଙ୍କ ସମେତ ୭ / ୮ ଜଣ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଅଭିଯୁକ୍ତମାନେ ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର ରେ ଲୁଟ କରି ରଖିଥିବା ବହୁ ପରିମାଣର ବିଦେଶି ମଦକୁ ଜବତ କରାଯାଇଥିଲା । ୧୫୭ କାର୍ଟୁନ୍ (୧୨,୫୦,୦୦୦ ମୂଲ୍ୟ) ବିଦେଶି ମଦ, ଓଡ଼ି୦୫ଏଏଫ୪୬୫୧ ନମ୍ବର ବୋଲେରୋ ପିକଅପ୍ ଭ୍ୟାନ୍ ,ଓଡ଼ି୦୫ଏକ୍ସ୦୭୯୨ ହିରୋ ହୁଣ୍ଡା ମୋଟର ସାଇକେଲ, ଓଡ଼ି୦୫ଏବି୨୧୮୩ ଟିଭିଏସ ଆପାଚି ମୋଟର ସାଇକେଲ,୩ ଟି ମୋବାଇଲ ଫୋନ୍ ଜବତ କରାଯାଇଥିଲା । ପାଣ୍ଡିଆ ଆଲିଆସ ପ୍ରଦୀପ୍ତ କୁମାର ସେଠୀ(୨୧) ଜଗତପୁର ଥାନା ଅଂଚଳର ଅଣ୍ଡେଇସାହି, ଇଟା ଆଲିଆସ ପ୍ରଫୁଲ କୁମାର ଦାସ (୩୨)ନିଶ୍ଚିନ୍ତକୋଇଲି ଥାନା ଅଂଚଳର ଦିକ୍ଷିତପଡ଼ା (ଅସୁରେଶ୍ୱର),ବଂଟି ଆଲିଆସ ଅରୁଣ ଭୋଇ (୧୮) ,ଜଗତପୁର ଥାନା ଅଂଚଳର ଚମ୍ପତି, ବୁଟା ଆଲିଆସ ନାରଣ ଦାସ ( ୨୦) ନିଶ୍ଚିନ୍ତକୋଇଲି ଥାନା ଅଂଚଳର ବଡ଼କ୍ଷୀର ବର୍ତମାନ ଜଗତପୁର ନୂଆସାହି ଓ ଗୋପନ ଆଲିଆସ ମଙ୍ଗଳ ପିଙ୍ଗୁଆ (୨୩) ଟାଙ୍ଗି ଥାନା ଅଂଚଳର ନରେନ୍ଦ୍ରପୁର ଏହିପରି ୫ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଜଗତପୁର ଥାନା କେଶ ନଂ ୪୫ ତାରିଖ ୨୭ ଜାନୁଆରୀ ରେ ମାମଲା ରୁଜୁ କରି ଏସଆଇ ତୃପ୍ତିମୟୀ ସାହୁ ଏହାର ତଦନ୍ତ ଚଳାଇଥିଲେ । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.