Tuesday , August 9 2022
Breaking News
Home / ବିଶେଷ / ବରିଷ୍ଠ କଂଗ୍ରେସ ନେତା ଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ଙ୍କ ପରଲୋକ

ଜୁନାଗଡ଼, ୦୧/୦୨/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ ) :କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ର ବରିଷ୍ଠ କଂଗ୍ରେସ ନେତା ତଥା ନଗର କଂଗ୍ରେସ କମିଟି ର ସଭାପତି କୈଳାସ ଅଗ୍ରୱାଲ ଙ୍କ ନିଜ ବାସ ଭବନ ରେ ସୋମବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଅଗ୍ରୱାଲ ଜଣେ ସମାଜସେବୀ, ଲୋକପ୍ରେମି, ଖୋଲା ହୃଦୟ ,ଉଦାରତା ତଥା ସାହାଯ୍ୟକାରୀ ଭାବରେ ଜୁନାଗଡ଼ ସହର ଏବଂ ଆଖ ପାଖ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ଦୀର୍ଘ ଦିନରୁ କଂଗ୍ରେସ ଦଳ ରେ ରହି ଆସିଥିବା ବେଳେ ଦଳ ପ୍ରତି ତାଙ୍କର ପ୍ରଗାଢ଼ ଆନୁଗତ୍ୟ ଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା । ତାଙ୍କ ଏକ ମାତ୍ର ପୁଅ ଅମିତ କୁମାର ଅଗ୍ରୱାଲ ମୁଖାଗ୍ନି ଦେଇଥିବା ବେଳେ ନିଜ ପରିବାର ,ସମ୍ପର୍କୀୟ , ସହର ର ଅନେକ ଲୋକ ଏବଂ ଅଞ୍ଚଳର ଅନେକ କଂଗ୍ରେସ କର୍ମୀ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.