Friday , August 19 2022
Breaking News
Home / ବିଶେଷ / ବଜେଟ୍ ପ୍ରତିକ୍ରିୟା : ୟୁନିୟନ ବଜେଟ୍ ହିତାଧିକାରୀଙ୍କ ପାଇଁ ସୁବିଧାଜନକ – ଅର୍ଥନୀତି ବିଶ୍ଳେଷକ ରେମେଶ କୁମାର କେଜରିଓ୍ୱାଲ୍

ବଜେଟ୍ ପ୍ରତିକ୍ରିୟା : ୟୁନିୟନ ବଜେଟ୍ ହିତାଧିକାରୀଙ୍କ ପାଇଁ ସୁବିଧାଜନକ – ଅର୍ଥନୀତି ବିଶ୍ଳେଷକ ରେମେଶ କୁମାର କେଜରିଓ୍ୱାଲ୍

ଭୁବନେଶ୍ୱର,୦୧/୦୨/୨୦୨୨ (ଓଡ଼ିଶା ସମାଚାର)- ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୟୁନିଅନ୍ ବଜେଟ୍ ୨୦୨୨ ଉପସ୍ଥାପନ କରିବା ପରେ ସାରା ଦେଶରେ ଏହା ଉପରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ୟୁନିୟନ ବଜେଟ୍ ହିତାଧିକାରୀଙ୍କ ପାଇଁ ସୁବିଧାଜନକ ହେବା ସହ ଡିଜିଟାଲ୍ ଅର୍ଥ ଓ ଟିକସ ବ୍ୟବସ୍ଥା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ବର୍ତ୍ତମାନର ଡିଜିଟାଲ୍ ଦୁନିଆ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ଅର୍ଥନୀତି ବିଶ୍ଳେଷକ ରେମେଶ କୁମାର କେଜରିଓ୍ୱାଲ୍ ମତବ୍ୟକ୍ତ କରିଛନ୍ତି । କେଜରିଓ୍ୱାଲ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଜାତୀୟ ପେନସନ ଯୋଜନା(ଏନପିଏସ୍) ଅଧିନରେ ୧୦% ରୁ ୧୪% ଅର୍ଥ ଡିଡକସନ୍ ହେବା ଫଳରେ ସେମାନଙ୍କର ସଞ୍ଚୟ ବୃଦ୍ଧି ହେବ ଏବଂ କର୍ମଚାରୀଙ୍କ ଭବିଷ୍ୟତ ପାଇଁ କାମ ଦେବ । ସେହିଭଳି ସମବାୟ ସମିତିର ଟିକସ ହ୍ରାସ ଏବଂ ସରଚାର୍ଜ ହ୍ରାସ ଉପରେ ସେ କହିଛନ୍ତି, ଏହା କୃଷକ ଗୋଷ୍ଠୀଗୁଡିକୁ ଅଧିକ ଉତ୍ପାଦନକ୍ଷମ କରିବାକୁ ଉତ୍ସାହିତ କରିବ। ଷ୍ଟାର୍ଟ ଅପ୍ ପାଇଁ ପ୍ରୋତ୍ସାହନ ପାଇଁ ସମୟ ସୀମା ବୃଦ୍ଧି କରିବା ମଧ୍ୟ ଷ୍ଟାର୍ଟ ଅପ୍ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏମଏସଏମଇଗୁଡ଼ିକ ପାଇଁ ୬,୦୦୦ କୋଟି ଟଙ୍କାର ଯୋଜନା ଅଧିକ ଫଳପ୍ରଦା ହେବ ଯଦି ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଗ୍ରାଧିକାର ଭିତ୍ତିରେ କାର୍ୟ୍ୟକାରୀ ହେବ ।

ଶେଷରେ, ସେ କରିଛନ୍ତି ଯେ ବଜେଟ୍ ଟିକସଦାତାଙ୍କ ପାଇଁ ଖୁସୀ ଆଣିଦେଇଛି କାରଣ ସେମାନେ ମୂଲ୍ୟାଙ୍କନ ବର୍ଷରୁ ୨ ବର୍ଷ ମଧ୍ୟରେ ଅପଡେଟ୍ ଆଇଟି ରିଟର୍ନ ଦାଖଲ କରିପାରିବେ । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.