Tuesday , August 9 2022
Breaking News
Home / ନିର୍ବାଚନ / ଗୁଲନଗର ପଂଚାୟତ : ଜଳ ନିଷ୍ମାସନ ମୁଖ୍ୟ ସମସ୍ୟା

ଗୁଲନଗର ପଂଚାୟତ : ଜଳ ନିଷ୍ମାସନ ମୁଖ୍ୟ ସମସ୍ୟା

କେନ୍ଦ୍ରାପଡା, ୦୧/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ରହିଛି ଗୁଲନଗର ପଂଚାୟତ । ଏହି ପଂଚାୟତରେ ୧୨ଟି ୱାର୍ଡ ରହିଛି । ସେହିପରି ଏହି ପଂଚାୟତରେ ଗୁଲନଗର, ସୁଜାନଗର, ଖଇରାବାଦ, ରାମନଗରପାଟଣା, ଭ୍ରମରଦିଆପାଟଣା, ରାମଚନ୍ଦ୍ରପୁର ପ୍ରମୁଖ ରାଜସ୍ୱ ଗ୍ରାମ ରହିଛି । ଏହି ପଂଚାୟତର ସର୍ବାଧିକ ଭୋଟର ଗୁଲନଗର ଓ ସୁଜାନଗର ଗ୍ରାମରେ ବାସ କରନ୍ତି । ଏହି ଗ୍ରାମଦ୍ୱୟର ମୁଖ୍ୟ ସମସ୍ୟା ହେଉଛି ଜଳ ନିଷ୍କାସନ । ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନାହିଁ । ଲୋକଙ୍କ ଘରର ଆବର୍ଜନା ପାଣି ରାସ୍ତା ଉପରେ ଲହଡି ମାରେ । ତେଣୁ ଲୋକମାନେ ଯିବା ଆସିବା କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ସେହିପରି ଏହି ପଂଚାୟତରେ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇନାହିଁ । ଅନେକ ଯୋଗ୍ୟ ହିତାଧିକାରୀ ଜରି ଟାଣି ରହୁଛନ୍ତି ।

                ସୁଭଦ୍ରା କୁବେର
   ନମିତା ସ୍ୱାଇଁ

ସେହିପରି ଅନେକ ହିତାଧିକାରୀ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଂଚାୟତରେ ଚତୁର୍ମୂଖୀ ଲଢେଇ ହେବାର ସମ୍ଭାବନା ରହିିଛି । ୨୦୧୭ ମସିହାରେ ପୀତବାସ ବେହେରା ବିଜୟୀ ହୋଇଥିଲେ । ଏଥିର ପୀତବାସଙ୍କ ପତ୍ନୀ ନମିତା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ସୁଭଦ୍ରା କୁବେର । ସୁଭଦ୍ରା ହେଉଛି ବିଜେଡି ଜିଲ୍ଲା ସଂପାଦକ ଦେବାଶିଷ କୁବେରଙ୍କ ପତ୍ନୀ । ଅନ୍ୟ ଜଣେ ପ୍ରାର୍ଥୀ ହେଉଛନ୍ତି ସନ୍ଧ୍ୟାରାଣୀ ସାହୁ । ସନ୍ଧ୍ୟାରାଣୀଙ୍କ ସ୍ୱାମୀ କରୁଣାକର ସାହୁ ଏହି ପଂଚାୟତର ପୂର୍ବତନ ସରପଂଚ ଥିଲେ । ଆଉ ଜଣେ ପ୍ରାର୍ଥୀ ହେଉଛନ୍ତି ଲୋପାମୁଦ୍ରା ବାରିକ । ଲୋପାମୁଦ୍ରା ଏହି ପଂଚାୟତର ପୂର୍ବତନ ସରପଂଚ ଥିଲେ । ଏଥିସହ ସେ ଏହି ପଂଚାୟତର ପୂର୍ବତନ ସମିତି ସଭ୍ୟ ମଧ୍ୟ ଥିଲେ । ତେଣୁ ଏହି ପଂଚାୟତରେ ଚତୁର୍ମୂଖୀ ଲଢେଇ ହେବ ବୋଲି ସୂଚନା ମିଳିିଛି । ସୁଭଦ୍ରା କୁବେର କହିଛନ୍ତି ପଂଚାୟତକୁ ଲୋକମାନେ ଆସିବେ ନାହିଁ । ଲୋକଙ୍କ ପାଖକୁ ସରପଂଚ ଓ ଅନ୍ୟାନ୍ୟ ଅଧିକାରୀମାନେ ପହଂଚି କିପରି ସେବା ଯୋଗାଇପାରିବେ ତାହାକୁ ନେଇ ମୁଁ ନିର୍ବଚନ ମଇଦାନକୁ ଓହ୍ଲାଇଛି । ନମିତା ସ୍ୱାଇଁ କହିଛନ୍ତି ମୋ ସ୍ୱାମୀଙ୍କ ଯେଉଁ ଅଧୂରା ସ୍ୱପ୍ନ ରହିଛି ସେଗୁଡିକୁ ମୁଁ ପୂରଣ କରିବି ।

ସନ୍ଧ୍ୟାରାଣୀ ସାହୁ
ଲୋପାମୁଦ୍ରା ବାରିକ

ସନ୍ଧ୍ୟାରାଣୀ ସାହୁ କହିଛନ୍ତି ଗୁଲନଗର ଓ ସୁଜାନଗର ଗ୍ରାମରେ ଥିବା ଡ୍ରେନେଜ ସମସ୍ୟାର ସମାଧାନ କରିବି । ଏଥିସହ ଆଲୋକୀକରଣ ବ୍ୟବସ୍ଥା କରିବି । ଲୋପାମୁଦ୍ରା ବାରିକ କହିଛନ୍ତି ଡ୍ରେନେଜ, ଆଲୋକୀକରଣ ଓ ପରିମଳ ମୁଖ୍ୟ ସମସ୍ୟା । ଏହି ସମସ୍ୟାଗୁଡିକ ହିଁ ମୋତେ ନିର୍ବାଚନ ମଇଦାନକୁ ଟାଣି ଆଣିଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.