Tuesday , August 9 2022
Breaking News
Home / ନିର୍ବାଚନ / କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରସଂସ୍ଥା ଅଧ୍ୟକ୍ଷ ପଦ ପାଇଁ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ

କେନ୍ଦ୍ରାପଡ଼ା, ୦୧/୦୨/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ପୌରସଂସ୍ଥା ଅଧ୍ୟକ୍ଷ ପଦ ନିମନ୍ତେ ସୋମବାର ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ  ସଂରକ୍ଷିତ ରହିଛି । ଗତ ୧୫ ତାରିଖରେ ଏଥିନିମନ୍ତେ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇଥିଲା । ସେଥିରେ ଉଲ୍ଲେଖ ରହିଥିଲା ଯେ ଏ ସଂକ୍ରାନ୍ତରେ କାହାର କୌଣସି ଆପତି ଅଭିଯୋଗ ଥିଲେ ସେ ସମ୍ପର୍କରେ ନଗର ଉନ୍ନୟନ ବିଭାଗ ନିର୍ଦେଶକଙ୍କୁ ଜଣାଇବାକୁ । କିନ୍ତୁ  କୌଣସି ବଳିଷ୍ଠ ଆପତି ଅଭିଯୋଗ ନ ମିଳିବାରୁ ରାଜ୍ୟ ନଗର ଉନ୍ନୟନ ବିଭାଗ  ପକ୍ଷରୁ ଚୂଡାନ୍ତ ସଂରକ୍ଷଣ  ବିଜ୍ଞପ୍ତି ପ୍ରକାଶ ପାଇଥିବା ଜଣାପଡିଛି । ଅନୁରୂପ ଭାବେ ପଟ୍ଟାମୁଣ୍ଡାଇ ପୌରପାଳିକାର ଅଧ୍ୟକ୍ଷ ପଦଟି ଅସଂରକ୍ଷିତ ରହିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.