Tuesday , August 16 2022
Breaking News
Home / ନିର୍ବାଚନ / ଉତରକୂଳ ପଂଚାୟତରେ ପ୍ରଚାର ଯୋରଦାର କଲେ ସସ୍ମିତା ବିଶ୍ୱାଳ

ଉତରକୂଳ ପଂଚାୟତରେ ପ୍ରଚାର ଯୋରଦାର କଲେ ସସ୍ମିତା ବିଶ୍ୱାଳ

ନିଶ୍ଚିନ୍ତକୋଇଲି ୦୧/୦୨/୨୦୨୨ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଉତରକୂଳ ପଂଚାୟତ ରେ ପୂର୍ବତନ ଜିଲା ପରିଷଦ ସଭ୍ୟା ତଥା ସରପଂଚ ପ୍ରାର୍ଥିନୀ ଶ୍ରୀମତୀ ସସ୍ମିତା ବିଶ୍ୱାଳ ନିଜର ପ୍ରଚାର ଯୋରଦାର କରିଛନ୍ତି । ଏହି କ୍ରମରେ ଆଜି ସେ ପଂଚାୟତର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ଭୋଟର ମାନଙ୍କୁ ନିଜର ପୁସିଂ କାର୍ଡ଼ ବାଂଟିବା ସହିତ ଭୋଟ ଭିକ୍ଷା କରିବା ଏବଂ ବୟସ୍କ ବ୍ୟକ୍ତି ବିଶେଷ ଙ୍କ ଠାରୁ ଆଶିର୍ବାଦ କାମନା କରିଥିଲେ । ଶ୍ରୀମତୀ ବିଶ୍ୱାଳ ପୂର୍ବରୁ ୨୮ ନମ୍ବର ଜୋନ୍ ବିଜେଡ଼ି ଜିଲା ପରିଷଦ ସଭ୍ୟା ଭାବେ ଲୋକ ମାନଙ୍କୁ ସେବା ଯୋଗାଇ ଦେଇଥିବାବେଳେ ଆସନ୍ତା ନିର୍ବାଚନରେ ସରପଂଚ ଭାବେ ବିଜୟୀ ହୋଇ ନିଜ ପଂଚାୟତକୁ ଏକ ନମ୍ବର ପଂଚାୟତରେ ଗଢ଼ି ତୋଳିବା ପାଇଁ ଆଶା ରଖିଛନ୍ତି । ଜଣେ ସୁଗୃହିଣୀରୁ ସଫଳ ରାଜନେତ୍ରୀ ଭାବେ ଲୋକଙ୍କ ପାଖରେ ସେ ଆଦୃତ ଲାଭ କରିଛନ୍ତି । ସୂଚନା ଯୋଗ୍ୟ କି ୨୧ ଟି ୱାର୍ଡ଼ ବିଶିଷ୍ଟ ଉତରକୂଳ, ମୁଗୁରିଆ, ମେହେନ୍ଦିପୁର, ଚମ୍ପା, ସଂଗ୍ରାମପୁର, ତଇଲୋ, ବିରିବନ୍ଧ, ପିଁପୁର , ସାହାସପୁର ଗ୍ରାମକୁ ନେଇ ଗଠିତ ଏହି ପଂଚାୟତରେ ୫ ହଜାର ଭୋଟର ଆସନ୍ତା ନିର୍ବାଚନରେ ସେମାନଙ୍କର ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର

 

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.