କଟକ ସଦର, ୩୧/୧/୨୦୨୨ (ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା):କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ରାମକୁମାରପୁର ନାହାକାଣୀ ସ୍କୁଲ ନିକଟରେ ଆଜି ସୋମବାର ଅପରାହ୍ନ ୩ ଟାରେ ଏକ ଓଡି ୩୩ ଆର ୩୩୩୯ ନମ୍ଵର କାର ଏକ ସ୍କୁଟି ଉପରେ ମାଡିଯିଵା ଫଳରେ ସ୍କୁଟିରେ ଥିଵା ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାଯାଇଛି।ପ୍ରକାଶ ଯେ ପାରାଦ୍ଵୀପ ପଟୁ କଟକ ଅଭିମୁଖେ ଯାଉଥିବା କାରଟି କଟକ ପଟୁ ଆସୁଥିବା ସ୍କୁଟି ଉପରେ ମାଡି ଯାଇଥିଲା।ସ୍କୁଟିରେ ଥିଵା ଏହି ଥାନା ଅନ୍ତର୍ଗତ ତତଲାପଦା ପାଇକାଣ ଗ୍ରାମର ତ୍ରିଲୋଚନ ମହାରଣା (୬୦) ଓ ସରୋଜ ଗୋଛାୟତ (୨୭)
ଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିଲା।ଖଵର ପାଇ କିଶନନଗର ଥାନା ଅଧିକାରିଣୀ ସସ୍ମିତା ରଣା ଦୂର୍ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କୁ କଟକ ଵଡ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି। ଓଡ଼ିଶା ସମାଚାର
