Tuesday , August 16 2022
Breaking News
Home / ବିଶେଷ / ପଂଚାୟତ ସ୍ତରରେ ଗୋ-ପାଳନ ଓ ଦେଶୀ ଗାଈର ପ୍ରୋତ୍ସାହନ ଉପଲକ୍ଷେ ମିଳିତ ଓଡ଼ିଶା ଗୋସେବା ଆଇନ ବିଭାଗ ଦ୍ୱାରା ବୈଠକ

ପଂଚାୟତ ସ୍ତରରେ ଗୋ-ପାଳନ ଓ ଦେଶୀ ଗାଈର ପ୍ରୋତ୍ସାହନ ଉପଲକ୍ଷେ ମିଳିତ ଓଡ଼ିଶା ଗୋସେବା ଆଇନ ବିଭାଗ ଦ୍ୱାରା ବୈଠକ

ଆଗାମୀ ପଂଚାୟତ ନିର୍ବାଚନ ଇସ୍ତାହାରରେ ଦେଶୀ ଗାଈର ସୁରକ୍ଷା ପ୍ରସଙ୍ଗ ଅନୁରୋଧ

ଭୁବନେଶ୍ୱର, ୩୧/୧/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶାରେ ଆଗାମୀ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଦେଶୀ ଗାଈର ମହାନତାର ପ୍ରଚାର ଓ ପ୍ରସାରକୁ ଆଭିମୁଖ୍ୟ କରି ମିଳିତ ଓଡ଼ିଶା ଗୋ-ସେବା ଆଇନ ବିଭାଗ ଆନୁକୂଲ୍ୟରେ ଏକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆଇନ ସେବା ବିଭାଗର ବହୁ ବରିଷ୍ଠ ଆଇନଜୀବୀ ଯୋଗ ଦେଇ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ଗୋଚାଲାଣ ଭଳି ଜଘନ୍ୟ କାର୍ଯ୍ୟକୁ ବନ୍ଦ କରାଯିବା ଉପରେ ପ୍ରାଧାନ୍ୟ ଦିଆଯିବା ସହ ପଲିଥିନ୍ମୁକ୍ତ ପରିବେଶ ତିଆରି କରି ଓ ଗୋ-ସ୍ୱାସ୍ଥ୍ୟର ସୁରକ୍ଷା କରାଯିବାକୁ ଗୁରୁତ୍ୱାରୋପ କରାଯାଇଥିଲା । ଅଳିଆ ଆବର୍ଜନା ମଧ୍ୟରେ ପଡି ରହୁଥିବା ପଲିଥିନ୍ ମାନଙ୍କୁ ଗାଈ ଏବଂ ଷଣ୍ଢ ଗ୍ରହଣ କରିବା ଦ୍ୱାରା ନାନାଦି ସ୍ୱାସ୍ଥ୍ୟଜନିତ ସମସ୍ୟାରସମ୍ମୁଖୀନ ହେଉଛନ୍ତି ବୋଲି କୁହାଯାଇଥିଲା । ତେଣୁଗୋଶାଳାର ସୁରକ୍ଷା ସହ ଗୋଚାରଣ ଭୂମିର ଯଥାଯଥ ପ୍ରଯତ୍ନ କରାଯିବାକୁ ପ୍ରାଧାନ୍ୟ ଦିଆଯାଇଥିଲା । ବର୍ତମାନ ପରିପ୍ରେକ୍ଷୀରେ ହାଇବି୍ରଡ଼ ଗାଈର ଚାହିଦା ନେଇ ବ୍ୟବସାୟୀକରଣକୁ ବିରୋଧ କରି ବକ୍ତାମାନେ ତତ୍ଜନିତ ସ୍ୱାସ୍ଥ୍ୟହାନୀ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ତେଣୁ କରି ପଂଚାୟତ ସ୍ତରରେ ଦେଶୀ ଗାଈର ସୁରକ୍ଷା,ପ୍ରଚାର ଓ ପ୍ରସାର ଆଭିମୁଖ୍ୟ ନେଇ ଏବଂ ପଲିଥିନ୍ ମୁକ୍ତ ପଂଚାୟତଟିଏ ଗଢି ତୋଳିବାକୁ ଆଗାମୀ ପଂଚାୟତ ନିର୍ବାଚନରେ ଦଳମତ ନିର୍ବିଶେଷରେ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଇସ୍ତାହାରରେ ଉକ୍ତ ପ୍ରସଙ୍ଗକୁ ସଂଲଗ୍ନ କରିବାକୁ ଅନୁରୋଧ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ବର୍ତମାନ ଜୀବନ ଓ ଜୀବିକାର ସଂଘର୍ଷରେ ପଂଚାୟତସ୍ତରରେ ଜନସାଧାରଣ କୃଷି ସହ ଗୋ-ପାଳନକୁ ଗ୍ରହଣ କରିବାକୁ ପ୍ରାଧାନ୍ୟ ଦିଆଯାଇଥିଲା ।
ସାଙ୍ଗଠନିକ ନେତୃତ୍ୱ ମାଧ୍ୟମରେ ଗୋ-ଚାଲାଣ ଭଳି ଜଘନ୍ୟ କାର୍ଯ୍ୟକୁ ସମୂଳେ ବନ୍ଦ କରାଯାଇ ଗୋ-ଶାଳାର ସୁରକ୍ଷା ଓ ଗୋ ସୁରକ୍ଷାକୁ ଗୁରୁତ୍ୱାରୋପ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଜନପ୍ରତିନିଧିମାନେ ଗୋ ସୁରକ୍ଷା ପରି ପ୍ରସଙ୍ଗକୁ ଏଡ଼ାଇ ନ ଯିବାକୁ ବରିଷ୍ଠ ଆଇନଜୀବୀମାନେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ଅଧିବକ୍ତା, ସମାଜସେବୀ ଓ ଗୋ ପ୍ରେମୀ ଭାଇମାନେ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ସେମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ, ଶ୍ରୀଯୁକ୍ତ ସତ୍ୟ ନାରାୟଣ, ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ଅକ୍ଷୟ କୁମାର, ଶ୍ରୀଯୁକ୍ତ ଦେବାଶିଷ ଭୂୟାଁ, ଶ୍ରୀଯୁକ୍ତ ପ୍ରଶାନ୍ତ ବିଶ୍ୱାଳ, ଶ୍ରୀଯୁକ୍ତ ଭୂପେଷ କୁମାର ପ୍ରମୁଖ ନିଜ ନିଜର ମତ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.