Saturday , August 13 2022
Breaking News
Home / ନିର୍ବାଚନ / କଳମିଶ୍ରି ପଞ୍ଚାୟତ ରେ ଜମି ଆସୁଛି ନିର୍ବାଚନ ପ୍ରଚାର

କଳମିଶ୍ରି ପଞ୍ଚାୟତ ରେ ଜମି ଆସୁଛି ନିର୍ବାଚନ ପ୍ରଚାର

ନିଶ୍ଚିନ୍ତକୋଇଲି,୩୧/୦୧/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ନିଶ୍ଚିନ୍ତକୋଇଲି ବ୍ଲକ ର ପୁରାତନ ପଞ୍ଚାୟତ କଳମିଶ୍ରି ପଞ୍ଚାୟତ ରେ ଜମିଅସିଲାଣି ନିର୍ବାଚନ ପ୍ରଚାର । ଏହି ପଞ୍ଚାୟତ ରେ ସରପଞ୍ଚ ପଦବୀ ପାଇଁ ଦ୍ଵିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ସରପଞ୍ଚ ପ୍ରାର୍ଥୀ ଭାବେ ପୂର୍ବତନ ସରପଞ୍ଚ ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ଅନନ୍ତ କର ପ୍ରତିଦ୍ବନ୍ଦିତା କରୁଛନ୍ତି । ଶ୍ରୀ କର ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ, ଏହି ପଞ୍ଚାୟତ ରୁ ସରପଞ୍ଚ ଭାବେ ତିନି ଥର ବିଜୟୀ ହୋଇ ପଞ୍ଚାୟତବାସୀ ଙ୍କ ସେବା କରିଛନ୍ତି । ଚଳିତ ନିର୍ବାଚନ ରେ ସେ ନିର୍ବାଚିତ ହେଲେ ଦ୍ବୀପାଞ୍ଚଳ ର ଚାଷ ଜମି ପାଣିରେ ବୁଡି ରହୁଥିବା ରୁ ଏହି ସମସ୍ୟା ଓ ଧାନ ମଣ୍ଡି ସମସ୍ୟା ଦୂର କରିବାକୁ ପ୍ରାଥମିକତା ଦେବେ ବୋଲିଦୃଢ଼ତା ର ସହ ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ପଞ୍ଚାୟତ ର ସର୍ବାଙ୍ଗୀନ ବିକାଶ ଦିଗରେ ନିଜକୁ ନିୟୋଜିତ କରିବେ ବୋଲି ପ୍ରକାଶ କରିଛନ୍ତି । ଓଡିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.