Tuesday , August 16 2022
Breaking News
Home / ସ୍ୱାସ୍ଥ୍ୟ / ୪୮୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬୩ଜଣ ଶିଶୁ ସଂକ୍ରମିତ, ୧୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

୪୮୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬୩ଜଣ ଶିଶୁ ସଂକ୍ରମିତ, ୧୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର, ୩୦/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୪୮୪୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୮୧୫ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୨୦୨୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬୩ଜଣ ଶିଶୁ ରହିଛନ୍ତି ।ଖୋର୍ଦ୍ଧା ଜିଲ୍ଲାରୁ ୧୦୨୩ ଜଣ, ସୁନ୍ଦରଗଡ଼ରୁ ୭୩୫ ଜଣ, କଟକରୁ ୩୭୯ ଜଣ, ନୟାଗଡ଼ରୁ ୧୯୪ ଜଣ, ଯାଜପୁର ଓ ନୂଆପଡ଼ା ଜିଲ୍ଲାରୁ ୧୬୬ ଜଣ ଲେଖାଁଏ,କଳାହାଣ୍ଡିରୁ ୧୫୮ ଜଣ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରୁ ୧୫୨ ଜଣ ଲେଖାଁଏ, ସମ୍ବଲପୁରରୁ ୧୨୮ ଜଣ, ଜଗତସିଂପୁରରୁ ୧୦୦ ଜଣ,ରାୟଗଡ଼ାରୁ ୯୯ ଜଣ, ବଲାଙ୍ଗୀରରୁ ୯୫ ଜଣ,କେନ୍ଦୁଝରରୁ ୮୧ ଜଣ, ବରଗଡ଼ରୁ ୮୦ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୭୩ ଜଣ ଲେଖାଏଁ, ପୁରୀରୁ ୭୨ ଜଣ,ଗଞ୍ଜାମରୁ ୬୭ ଜଣ, ଝାରସୁଗୁଡ଼ାରୁ ୬୧ ଜଣ, ଗଜପତିରୁ ୬୨ ଜଣ, ଭଦ୍ରକରୁ ୬୦ ଜଣ, ଅନୁଗୁଳରୁ ୫୮ ଜଣ,କନ୍ଧମାଳରୁ ୫୨ ଜଣ, କୋରାପୁଟରୁ ୫୦ ଜଣ, ବୌଦ୍ଧରୁ ୪୯ ଜଣ, ଢ଼େଙ୍କାନାଳରୁ ୪୫ ଜଣ, ମାଲକାନଗିରିରୁ ୧୮ ଜଣ ଏବଂ ଷ୍ଟେଟ ପୁଲ୍ ରୁ ୧୮୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୫୯୧୧ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ରେ ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫, ଗଞ୍ଜାମରୁ ୩, ଅନୁଗୁଳ, ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଭଦ୍ରକ କଟକ ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୪୫୯୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୮୪୧୭୪ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯୪ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୫୩୦୯୦ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୭୫୭୦୪୮୮ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ଦେଶରେ ପ୍ରଥମ : ନବଦମ୍ପତି ଗିଫ୍ଟ ଯୋଜନା ସେପ୍ଟେମ୍ବରରୁ ଆରମ୍ଭ

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ଓଡ଼ିଶାରେ ନୂଆ ବିବାହ କରିବାକୁ ଯାଉଥିବା ଯୋଡ଼ିଙ୍କୁ ନବଦମ୍ପତି ବିବାହ ଉପହାର ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ବିଭାଗର …

Leave a Reply

Your email address will not be published.