Tuesday , August 9 2022
Breaking News
Home / ବିଶେଷ / ସିରିଡ଼ି ସାଇ ମନ୍ଦିରର ୫ମ ବାର୍ଷିକ ଉତ୍ସବ ଉଦଯାପିତ 

ସିରିଡ଼ି ସାଇ ମନ୍ଦିରର ୫ମ ବାର୍ଷିକ ଉତ୍ସବ ଉଦଯାପିତ 

ତାରପୁର,୩୦/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ତଅଁରା ପଂଚାୟତ ଶାଳିଜଙ୍ଗାସ୍ଥିତ ସିରିଡ଼ି ସାଇ ସେବା ପ୍ରତିଷ୍ଠାନର ୫ମ ବାର୍ଷିକ ଉତ୍ସବ ଉଦଯାପିତ ହୋଇ ଯାଇଛି । ଗତ ୨୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି ବାର୍ଷିକ ଉତ୍ସବ କୋଭିଡ଼ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଥିବାବେଳେ ଆଜି ପୂର୍ଣ୍ଣାହୂତି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ମନ୍ଦିର ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଅଂଚଳର ଏକ ମାତ୍ର ସାଇବାବା ଙ୍କ ମନ୍ଦିର ହୋଇଥିବାରୁ ବହୁ ସାଇ ପ୍ରେମୀ ଏହି ବାର୍ଷିକ ଉତ୍ସବକୁ ବର୍ଷ ସାରା ଅପେକ୍ଷା କରିଥାନ୍ତି । ତେବେ କରୋନା ପ୍ରଭାବ ଯୋଗୁ ଏହାକୁ ଆଡ଼ମ୍ବର ପୂର୍ଣ୍ଣ ଆୟୋଜନ କରାଯାଇ ନାହିଁ ବୋଲି ମୁଖ୍ୟ ଟ୍ରଷ୍ଟି ବିଜୟ ପାଲଟାସିଂ, ସମ୍ପାଦକ ଇଂ ବାବାଜୀ ଚରଣ ଜେନା, କୋଷାଧ୍ୟକ୍ଷ ପାର୍ଥସଖା ପାଲଟାସିଂ, ଉପଦେଷ୍ଟା ଦିଲିପ କୁମାର ରଥ, ଗଙ୍ଗାଧର ଜେନା, ନିତ୍ୟାନନ୍ଦ ମହାପାତ୍ର, ପ୍ରକାଶ ଜେନା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.