Tuesday , September 27 2022
Breaking News
Home / ବିଶେଷ / ସାଲେପୁର ବଳରାମ ଜୁଏଲର୍ସ ଉପରେ ଜିଏସଟି ବିଭାଗର ଚଢ଼ାଉ

ସାଲେପୁର ବଳରାମ ଜୁଏଲର୍ସ ଉପରେ ଜିଏସଟି ବିଭାଗର ଚଢ଼ାଉ

ସାଲେପୁର,୩୦/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା) – କଟକ ସାଲେପୁର  ମୁଖ୍ୟ ବଜାର ରେ ଥିବା ବଳରାମ ଜୁଏଲର୍ସ ଓ ତାଙ୍କ ବାସଭବନ ଉପରେ ଜିଏସଟି ଫାଙ୍କି ବା ଅଭିଯୋଗ ରେ ବିଭାଗୀୟ ଅଧିକାରୀ ମାନେ  ଚଢ଼ାଉକରିଛନ୍ତି  । ଡେପୁଟି କମିଶନର ଜିଏସଟି  ଆଶିଷ କୁମାର ଙ୍କ ନେତୃତ୍ୱରେ ରେ  ୧୦  ଜଣିଆ ଟିମ ଚଢ଼ାଉ କରିଥିଲେ    । ଏହି ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ଲକ୍ଷାଧିକ   ଟଙ୍କା ସହିତ ଦୋକାନ ରୁ ସୁନା ରୂପା ଅଳଙ୍କାର  ମଧ୍ୟ ଜବତ କରାଯାଇଥିବା ଜଣା ଯାଇଛି  । ଦୋକାନ ରୁ କାଗଜ ପତ୍ର ସବୁ  ଯାଞ୍ଚ କରାଯିବା  ସହ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଥିଲେ ଡେପୁଟି କମିଶନର ଆଶିଷ କୁମାର  । ଓଡ଼ିଶା ସମାଚାର

Leave a Reply

Your email address will not be published.