Tuesday , August 9 2022
Breaking News
Home / ବିଶେଷ / ସଙ୍କଟମୋଚନ ଶ୍ରୀହନୁମାନଙ୍କ ବାର୍ଷିକ ଯଜ୍ଞ ଉତ୍ସବ

ସଙ୍କଟମୋଚନ ଶ୍ରୀହନୁମାନଙ୍କ ବାର୍ଷିକ ଯଜ୍ଞ ଉତ୍ସବ

ଗରଦପୁର, ୩୦/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ଗ୍ରାମର ପବିତ୍ର ଚିତ୍ରୋତ୍ପଳା ନଦୀ କୂଳ ରେ ପ୍ରତିଷ୍ଠିତ ସଙ୍କଟମୋଚନ ଶ୍ରୀ ହନୁମାନଙ୍କ ଚତୁର୍ଥ ବାର୍ଷିକ ଯଜ୍ଞ ଉତ୍ସବ ଅନୁଷ୍ଠିତ ହେଉଛି । ଏହି ଉପଲକ୍ଷେ ଗତକାଲି ଅଙ୍କୁରାରୋପଣ କରାଯାଇ ଆଜି କଳସ ବୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୦୮ମହିଳା ଶୁଭ୍ର ବସ୍ତ୍ର ପରିଧାନ କରି ପବିତ୍ର ଚିତ୍ରୋତ୍ପଳା ନଦୀର ଶନିଦେବଙ୍କ ପୀଠସ୍ଥଳୀ ନିକଟରୁ ଶୁଭ କଳସୀ ବୁଡାଇ ନାମ ସଂକିର୍ତନ ସହିତ ଏକ ଶୋଭାଯାତ୍ରାରେ ଆସି ଯଜ୍ଞ ମଣ୍ଡପ ରେ କଳସୀ ସ୍ଥାପନ କରିଥିଲେ । ଯଜ୍ଞ ମଣ୍ଡପରେ ଗୋ-ପୂଜା, ସୂର୍ଯ୍ୟ ପୂଜା, ହନୁମାନ ଚାଳିଷା ପଠନ କରାଯିବା ପରେ ଯଜ୍ଞରେ ଘୃତାହୁତି ପ୍ରଦାନ କରାଯାଇଛି । ଆସନ୍ତାକାଲି ଦ୍ୱାରପାଳପୂଜା, ଗୋ-ପୂଜା ଚାଳିଷା ପଠନ କରାଯିବା ସହିତ ଯଜ୍ଞରେ ଘୃତା ହୁତି ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ନୂଆପଡା ଗ୍ରାମବାସୀ ଓ ବଜାର ପକ୍ଷରୁ ଆୟୋଜିତ ଏହି ବାର୍ଷିକ ଯଜ୍ଞ ଉତ୍ସବ କୋଭିଡ କଟକଣା ମଧ୍ୟରେ ଚାରି ଦିନ ବ୍ୟାପି ଅନୁଷ୍ଠିତ କରାଯାଇ ମଙ୍ଗଳବାର ଦିନ ଯଜ୍ଞ ଉତ୍ସବର ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଯଜ୍ଞ ଉତ୍ସବକୁ ଗ୍ରାମର ପ୍ରଶାନ୍ତ କୁମାର ରଣା, ଗୁଣନିଧି ସାହୁ, ସରୋଜ କୁମାର ସାହୁ, ପ୍ରଦୀପ୍ କୁମାର ସାହୁ, ଯୋଗେଶ ଚନ୍ଦ୍ର ସାହୁ, ଯଯାତି ସାହୁ, ସୁବାଷ ଚନ୍ଦ୍ର ରଣା ଓ ପବିତ୍ର ରଣା ପ୍ରମୁଖ ପରିଚାଳନା କରୁଛନ୍ତି । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.