Tuesday , August 9 2022
Breaking News
Home / ନିର୍ବାଚନ / ବାବୁଜଙ୍ଗ ରେ ପ୍ରଚାର ଯୋରଦାର କଲେ ଇଂ ପ୍ରଭଂଜନ

ବାବୁଜଙ୍ଗ ରେ ପ୍ରଚାର ଯୋରଦାର କଲେ ଇଂ ପ୍ରଭଂଜନ

 ତାରପୁର,୩୦/୧/୨୦୨୨ (ଓଡ଼ିଶା ସମାଚାର)- ପଂଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ନିଶ୍ଚିନ୍ତକୋଇଲି ବ୍ଲକ୍ ବାବୁଜଙ୍ଗ ପଂଚାୟତରେ ପ୍ରଚାର ଯୋରଦାର କରିଛନ୍ତି ସରପଂଚ ପ୍ରାର୍ଥି ଇଂ ପ୍ରଭଂଜନ ବେଉରା । ଏହି ପ୍ରଚାର ଅଭିଯାନରେ ଆଜି ସେ ବାରିମୂଳ ଓ ସଫିପୁର ଗ୍ରାମରେ ଘରକୁ ଘର ବୁଲି ପୁସିଙ୍ଗ କାର୍ଡ଼ ବାଂଟିବା ସହିତ ପ୍ରତ୍ୟେକ ଭୋଟର ମା ମାଉଷୀ, ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ଭୋଟ ଭିକ୍ଷା କରିବା ସହିତ ସେମାନଙ୍କ ଆଶିର୍ବାଦ କାମନା କରିଛନ୍ତି । ଜଣେ ଉଚ୍ଚ ଶିକ୍ଷିତ ହୋଇ ଇଂଜିନିୟର ଚାକିରୀ ପରିତ୍ୟାଗ କରି ଲୋକ ମାନଙ୍କ ସେବା କରିବା ପାଇଁ ଆଗେଇ ଆସିଥିବା ପ୍ରଭଂଜନ ନିର୍ବାଚନରେ ବିଜୟୀ ହୋଇ ନିଜ ପଂଚାୟତକୁ ଏକ ନମ୍ବର ଗଢ଼ିବେ ବୋଲି ଆଶା ରଖିଛନ୍ତି । ସୂଚନା ଯୋଗ୍ୟ କି ୧୬ ୱାର୍ଡ଼ ବିଶିଷ୍ଟ ବାବୁଜଙ୍ଗ, ଦୁଲୁପୁର, ବାରିମୂଳ, ସଫିପୁର, ମଠସାହି ଓ ଓରିକଂଟା ଗ୍ରାମକୁ ନେଇ ଏହି ପଂଚାୟତରେ ଶୀଯୁକ୍ତ ବେଉରାଙ୍କ ବ୍ୟତିତ ମିଲନ୍ ଭୂୟାଁ, ସଂଜୀବ ସ୍ୱାଇଁ ସରପଂଚ ଭାବେ ନିର୍ବାଚନ ଲଢ଼ୁଥିବାବେଳେ ସମିତି ସଭ୍ୟ ଭାବେ ଅଭୟ ଲେଙ୍କା, ସୁରଥ ରାଉତ, ପଠାଣି ଜ୍ୟୋତିର୍ମୟ ନନ୍ଦ, ରେହାନ୍ ଖାଁ ପ୍ରତିଦ୍ୱନ୍ଦୀତା କରୁଛନ୍ତି । ଏହି ପଂଚାୟତରେ ୫ ହଜାର ଭୋଟର ଚଳିତ ନିର୍ବାଚନରେ ସେମାନଙ୍କ ପ୍ରତିନିଧି ଚୟନ କରିବେ । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.