Saturday , August 13 2022
Breaking News
Home / ନିର୍ବାଚନ / ଧରିଣା ପଞ୍ଚାୟତ ନିର୍ବାଚନ : ଵିଜେଡି ମଙ୍ଗ ଧରିଲେ ଭୂଵନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାତ୍ର

ଧରିଣା ପଞ୍ଚାୟତ ନିର୍ବାଚନ : ଵିଜେଡି ମଙ୍ଗ ଧରିଲେ ଭୂଵନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସରୋଜ ପାତ୍ର

କଟକ ସଦର, ୩୦//୨୦୨୨ (ଓଡ଼ିଶା ସମାଚାର / ଵିଷ୍ଣୁ ବେହେରା): ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତର ନିର୍ବାଚନ ପରିଚାଳନା ନିମନ୍ତେ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କ ଅନୁମୋଦନ କ୍ରମେ ଭୂଵନେଶ୍ୱର ସାଙ୍ଗଠନିକ ଜିଲାର ଵିଜେଡି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର ନିର୍ଵାଚନୀ ମଙ୍ଗ ଧରିଛନ୍ତି।ଏଥି ସହିତ ଧରିଣା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ପ୍ରଧାନ ଙ୍କୁ ସଂଯୋଜକ ଭାଵେ ନିଯୁକ୍ତି ମିଳିଛି।ଏହି ଉପଲକ୍ଷେ ପଞ୍ଚାୟତର ନିର୍ଵାଚନ ସୁପରିଚାଳନା ପାଇଁ ୧୨ ଟି ୱ।ର୍ଡରୁ ୨୪ ଜଣ ଵିଜେଡି କର୍ମୀଙ୍କୁ ସଭ୍ୟ ଭାବେ ମନୋନୀତ କରାଯାଇଛି।ଏହି ଉପଲକ୍ଷେ ସଦର ବ୍ଲକ ଵିଜେଡି ସଭାପତି ପ୍ରମୋଦ ମହାପାତ୍ର ଙ୍କ ପୈ।ରୋହିତ୍ୟରେ ଆୟୋଜିତ କର୍ମୀ ସମାବେଶରେ ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସରପଂଚ ରତ୍ନାକର ରାଉତ, ପୂର୍ବତନ ସରପଂଚ ଵିଜୟ ଓଝା, ମାନସ ପଣ୍ଡା, ସର୍ବେଶ୍ଵର ମିଶ୍ର, ସନାତନ ରାଉତ୍ରାୟ, ବିଶ୍ୱଜିତ ଶତପଥି,ପ୍ରତାପ ଜେନା, ନିଗମ ରାଉତ, ଶ୍ୟାମସୁନ୍ଦର ବେହେରା ପ୍ରମୁଖ ଵହୁ ବିଜେଡି କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେଓଡ଼ିଶା ସମାଚାର

About admin

Check Also

ଜନଶକ୍ତି ପାର୍ଟି ପକ୍ଷରୁ ଓଡ଼ିଆ ବଂଚାଅ ଅଭିଯାନ 

ଗରଦପୁର, ୦୯/୦୮/୨୦୨୨(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ କହ୍ନେଇଲାଲ ଜୀଉ ପ୍ରାଙ୍ଗଣରେ ଆଜି ଅପରାହ୍ନରେ ଜନ ଶକ୍ତି ପାର୍ଟି ପକ୍ଷରୁ …

Leave a Reply

Your email address will not be published.