Tuesday , August 16 2022
Breaking News
Home / ବିଶେଷ / ଗାନ୍ଧୀ ନୀତିର ସୁରକ୍ଷା ଆଜିର ଆହ୍ୱାନ

ଗାନ୍ଧୀ ନୀତିର ସୁରକ୍ଷା ଆଜିର ଆହ୍ୱାନ

କେନ୍ଦ୍ରାପଡ଼ା, ୩୦/୧/୨୦୨୨ (ଓଡ଼ିଶା ସମାଚାର)-ସାମାଜିକ ଅନୁଷ୍ଠାନ “ଆହ୍ୱାନ” ପକ୍ଷରୁ ଗୋପଛକ ଠାରେ ଶହୀଦ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଭଜହରି ପ୍ରଧାନଙ୍କ ସଭାପତିତ୍ୱରେ ଗାନ୍ଧିଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଦେଶ ପାଇଁ ଶହୀଦ ହୋଇଥିବା କୃଷକ, ସୈନିକ ଓ ସଂଗ୍ରାମୀ ସାଥିଙ୍କ ଉଦେଶ୍ୟରେ ୨ମିନିଟ ନୀରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏଥିରେ ବରିଷ୍ଠ ଆଇନଜୀବୀ ରମଣୀରଞ୍ଜନ ରାଉତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗାନ୍ଧୀ ଏକ ବ୍ୟକ୍ତି ନୁହେଁ ଏକ ନୀତି ବୋଲି ସମସ୍ତେ ଆଜିର ଦୁନିଆଁରେ ମାନିବାକୁ ପ୍ରସ୍ତୁତ ନୁହନ୍ତି । ପରାଧିନ ଦେଶରେ ଯେପରି ନିର୍ବିଘ୍ନରେ ଗାନ୍ଧୀ ବଂଚିପାରୁଥିଲେ, ମାତ୍ର ସ୍ୱାଧୀନତା ପରେ ଏକ ନୀତି ଦ୍ୱାରା ତାଙ୍କୁ ହତ୍ୟା କରାଗଲା ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଶ୍ରୀ ରାଉତରାୟ । ଆଜି ମଧ୍ୟ ଦେଶରେ ସେହିଭଳି ପରିସ୍ଥିତି ଉପୁଜିଛି । ତାକୁ ପ୍ରତିହତ କରିବାକୁ ସମସ୍ତେ ଏକଜୁଟ ହେବାକୁ ଡାକରା ଦେଇଥିଲେ ମୁଖ୍ୟ ଅତିଥି ଡଃ. ଶୁଭ୍ରାଂଶୁ ଶେଖର ବେଉରା । ଅନ୍ୟମାନଙ୍କ ମଧ୍ୟରେ ନାରୀନେତ୍ରୀ କାନ୍ତିପ୍ରଭା ନାୟକ, ଅକ୍ଷୟ କୁମାର ମଲ୍ଲିକ, ଅଜୟ କୁମାର ସାମଲ, ଭଗବତୀ ନାୟକ, ନନ୍ଦିନୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.